ଅପରାଧ

୫୫୦ ବସ୍ତା ସାର ଗାଏବ

ରେଢାଖୋଲ: ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦେଖିବାକୁ ମିଳୁଛି ବେଆଇନ ଏବଂ ଅସାମାଜିକ ଘଟଣା । ପଶ୍ଚିମ ଓଡିଶାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ରାଶିବେଢା ଗାଁର ଏକ ଗୋଦାମରେ ବେଆଇନ ଭାବେ ୫୫୦ ବସ୍ତା ସାର ଗଚ୍ଛିତ ହୋଇଥିବା ଜାଣି ଗୋଦାମକୁ ସିଲ କରିବା ସହିତ ବାହାରୁ ତାଲାବକାଇ ଦେଇଥିଲେ କୃଷି ଅଧିକାରୀ । କିନ୍ତୁ ପରଦିନ ଯାହା ଦେଖିଥିଲେ ତାହା ଥିଲା ଆଶ୍ଚର୍ଯ୍ୟଜନକ । ସିଲ କରିବାର ପର ଦିନ ଗୋଦାମରେ ପହଞ୍ଚି ଯାଞ୍ଚ କରିବାରୁ ଗୋଦାମ ଖାଲି ଥିଲା । ଗୋଦାମ ଭିତରେ ସିଲ ହୋଇଥିବା ସାରର ଏକ ଅଂଶ ମଧ୍ୟ ମିଳିନଥିଲା ସେଠାରେ । ଏ ନେଇ କୃଷି ବିଭାଗ ତରଫରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।
ଖବର ପାଇ କୃଷି ବିଭାଗର ଫର୍ଟିଲାଇଜର ଅଫିସର ଗୋଦାମରେ ପହଞ୍ଚିଥିଲେ ଯାଞ୍ଚ କରିବା ପାଇଁ । କିନ୍ତୁ ମାଲିକ ଏବଂ ଚାବି ନ ପାଇବାରୁ ପଡିଥିବା ତାଲା ଉପରେ ଆଉ ଏକ ତାଲା ପକାଇ ଚାଲି ଆସିଥିଲେ ସେ । ତେବେ ପରଦିନ ସାର ଜବତ କରିବା ପାଇଁ ଯାଇ ତାଲା ଭାଙ୍ଗି ଦେଖିବାରୁ ଗୋଦାମ ଘରେ କୌଣସି ସାର ନଥିବା ଦେଖିବାକୁ ପାଇଥିଲେ କୃଷି ଅଧିକାରୀ । ତେବେ ଏହାପରେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ, ସତରେ ଏଠି ସାର ଥିଲା ତ ? ଯଦି ଥିଲା ତ ୫୫୦ ବସ୍ତା ସାର ଗଲା କୁଆଡେ ? ଏଭଳି କିଛି ପ୍ରଶ୍ନର ଜାଲରେ ଫଶିଯାଇଛି ରେଢାଖୋଲ କୃଷି ବିଭାଗ । ସାର ନମିଳିବାରୁ କୃଷି ବିଭାଗ ଗୋଦାମ ମାଲିକ କ୍ଷମାନିଧୀ ସ୍ୱାଇଁଙ୍କ ନାମରେ ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଗୋଦାମ ଘରର ପରିସ୍ଥିତିକୁ ଦେଖିଲେ ଆଜବେଷ୍ଟ ଭାଙ୍ଗି ସାର ଚୋରି ହୋଇଥିବା ସନ୍ଦେହ କରାଯାଉଛି ।

Related posts

ପୂର୍ବ ଶତୃତାକୁ ନେଇ ମା’ ପୁଅଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

କଦଳୀ ଆଳରେ ଚାଲାଣ ହେଉଛି ଗଞ୍ଜେଇ

mahabharatanews

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews