(ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୭୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୦୮ ଜଣ ଚିହ୍ନଟ ହୋଇଛନ୍ତି । ୭୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୩୧୬ । ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୬୧, କଟକରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୮, ମୟୁରଭଞ୍ଜରୁ ୨୩, ବାଲେଶ୍ୱରରୁ ୪୩, ଜଗତସିଂପୁରରୁ ୨୫, ପୁରୀରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୨୮କୁ ବୃଦ୍ଧ ପାଇଛିି । ଆକ୍ଟିଭ କେସ୍ ୭ହଜାର୨୪୧ ରହିଛି ଓ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୯ହଜାର ୨୨୩କୁ ବୃଦ୍ଧି ପାଇଛି ।
previous post
next post