ଅପରାଧଓଡିଶା

ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ

କଳାହାଣ୍ଡି : କିଛି ଦିନର ନିରବାତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ । ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣକୁ ହତ୍ୟାକରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତ ର ଦୁର୍ଗମ ତଲ ପଞ୍ଚକୁଲ ଗାଁର ଲାଲବତି ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ମାଓବାଦୀଙ୍କ ସମ୍ପର୍କରେ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା କାରଣରୁ ଇନ୍ଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ମାଓ ବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ବେଳେ ଅଞ୍ଚଳର କିଛି ଲୋକ ମଧ୍ୟ ପୋଲିସ ଇନ୍ଫର୍ମର ଥିବା ଯୋଗୁଁ ଲାଲ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡ଼ିଛି ।

Related posts

ହିଞ୍ଜିଳି ପୁଲିସ ପକ୍ଷରୁ କରୋନା ସଚେତନତା ରାଲି

mahabharatanews

ଚେକଡ୍ୟାମ ଭିତରକୁ ଖସି ପଡିଲା ଜିପ୍

mahabharatanews

୭ ମାସ ସମୁଦ୍ରରୁ ମାଛ ଧରିବା ମନା

mahabharatanews