ଗଞ୍ଜାମ : ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ଥାନା ପୋଲିସ । କଇଠଖଣ୍ଡି ଘୋଡାହାଡ଼ ଡେମ ରାସ୍ତାରେ ଡକାୟତି ଯୋଜନା କରୁଥିଲେ ଡକାୟତ । ଆଉ ସେତିକି ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢ଼ାଉ କରି ତିନୋଟି ଅଫୁଟା ବୋମା ଦୁଇଟି ଛୁରୀ ଗୋଟିଏ ବାଇକ ତିନୋଟି କଳା ରଙ୍ଗର ମାସ୍କ ଜବତ କରିଛି । ଏବଂ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଘଟଣା ସ୍ଥଳରୁ ଦୁଇ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି ।
previous post