ନୂଆ ବର୍ଷ ଆରମ୍ଭରୁ ଘନ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି ରାଜଧାନୀ ଭୁବନେଶ୍ୱର । ସକାଳ ୫ଟାରୁ ୭ଟା ମଧ୍ୟରେ ହଠାତ୍ କୁହୁଡ଼ି ଏତେ ମାତ୍ରାରେ ବଢିଯାଇଥିଲା ଯେ ଚାଳକଙ୍କ ପାଇଁ ଗାଡି ଆଗକୁ ବଢାଇବା କଷ୍ଟସାଧ୍ୟ ହୋଇଥିଲା । ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା। ସକାଳ ୧୦ ଟା ମଧ୍ୟରେ ବି ମାତ୍ର କେଇ ମିଟର ଦୂରରେ ମଧ୍ୟ ଦିଶୁନାହିଁ ମୁହଁ I ଗାଡି ମୋଟର ଚଳାଚଳ ସହିତ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଘନ କୁହୁଡି ଯୋଗୁଁ ୬ ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିଲା । ସକାଳ ସାଢ଼େ ୬ଟା ବେଳେ ରନ୍ଓ୍ବେରେ ଦୃଶ୍ୟମାନ ୫୦ମିଟର ଥିଲା ସେଥିପାଇଁ ବିମାନ ଉଡିପାରିନଥିଲା । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତୃପକ୍ଷ ।
