(ଭୁବନେଶ୍ୱର) ; କରୋନା କଟକଣାକୁ ଦୃଷ୍ଟିରେ ରଖିି ସ୍କୁଲ କଲେଜ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ବର୍ତ୍ତମାନ ସଂକ୍ରମଣ କମିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା କୁ କୋହଳ କରିଛନ୍ତି । କିଛିଦିନ ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଖୋଲିବା ନେଇ ନିଷ୍ପତି ନେଇଥିବା ବେଳେ ଆଜି ହଷ୍ଟେଲ ଖୋଲିବାକୁ ଏସ ଓ ପି ଜାରି କରିଛି ଗଣଶିକ୍ଷା ବିଭାଗ । ହଷ୍ଟଲରେ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦିଆଯାଇଛି । ଦୈନିକ ମେସ୍ ଏବଂ ଶୌଚାଳୟ ସାନିଟାଇଜ କରାଯିବ । ହଷ୍ଟେଲରେ ସ୍ୱାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି।ସେହିପରି ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିପାରିବେ । ହଷ୍ଟେଲ ମୁଖ୍ୟ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମ୍ପର୍କରେ ରହିବେ । ହଷ୍ଟେଲରେ ପିଲାଙ୍କୁ ଏକତ୍ରିତ ନହେବାକୁ ପରାମର୍ଶ ଦିଆଯାଇଛି । ଏହାସହ ସବୁ ହଷ୍ଟେଲରେ ଆଇସୋଲେସନ ରୁମରେ ବ୍ୟବସ୍ଥା ରଖିବାକୁ ଏସ ଓ ପି ଜାରି ହୋଇଛି ।