ଓଡିଶାମନୋରଞ୍ଜନ

ଶୀତର କୁହୁଡ଼ିକୁ ପଛରେ ପଛେଇ ଉତ୍ସାହ ଓ ଆନନ୍ଦରେ ପାଳିତ ହେଉଛି ଖ୍ରୀଷ୍ଟଜନ୍ମ ପର୍ବ…

ଲଷ୍ମୀପୂର ବ୍ଲକ ଅନ୍ତର୍ଗତ କେଲ୍ଲାର ଗ୍ରାମ ଆଜି ଖ୍ରୀଷ୍ଟମାସ ଅବସରରେ ସମ୍ପୂର୍ଣ୍ଣ ଆଲୋକମୟ ଓ ଉତ୍ସବମୟ ରୂପ ଧାରଣ କରିଛି। ପ୍ରବଳ ଶୀତ, ଥଣ୍ଡା କାକର ଓ କୁହୁଡ଼ି ସତ୍ତ୍ୱେ ଗ୍ରାମବାସୀଙ୍କ ଉତ୍ସାହ କେବେ ବି କମିନାହିଁ। କୁନି କୁନି ପିଲାଠାରୁ ଆରମ୍ଭ କରି ବୃଦ୍ଧବର୍ଗ ପର୍ଯ୍ୟନ୍ତ, ସମସ୍ତେ ଏହି ପବିତ୍ର ପର୍ବକୁ ଆନନ୍ଦ ଓ ଭାଇଚାରା ସହ ପାଳନ କରୁଛନ୍ତି। ନାଚ–ଗୀତ, ଆଲୋକ ସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର କେଲ୍ଲାର ଗ୍ରାମ ଝୁମିଉଠିଛି। ପିଲାମାନଙ୍କ ନୃତ୍ୟକୁ ଦେଖି ଗ୍ରାମବାସୀ ଆନନ୍ଦର ସହିତ ତାଳି ବଜାଇ ଉତ୍ସାହିତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଲଷ୍ମୀପୂର ନିର୍ବାଚନ ମଣ୍ଡଳୀ ଯୁବ ବିଜେପି ନେତା ଶ୍ରୀ ଦେବ ଖରା। ମଞ୍ଚ କମିଟି ପକ୍ଷରୁ ଶ୍ରୀ ଖରାଙ୍କୁ ଉଷ୍ମ ଆଦର ସହିତ ସ୍ୱାଗତ କରାଯାଇଥିଲା। ଏହା ସହିତ ସେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହଯୋଗ ମଧ୍ୟ ପ୍ରଦାନ କରିଥିଲେ। ଶ୍ରୀ ଦେବ ଖରା ତାଙ୍କ ଭାଷଣରେ କହିଥିଲେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, ତ୍ୟାଗ ଓ ଭାଇଚାରାର ଶିକ୍ଷା ଆଜିର ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ। ସମସ୍ତେ ମିଳିମିଶି ପ୍ରେମ, ସହାନୁଭୂତି ଓ ଏକତାର ପଥରେ ଚାଲିବାକୁ ସେ ଆହ୍ୱାନ ଜଣାଇଥିଲେ।

Related posts

ବାଇକ୍କୁ ଧକ୍କା ଦେଇ ଓଲଟିଲା ବସ, ୧ ମୃତ

mahabharatanews

୨୫ ବରିଷ୍ଠ ଓଏସ ଅଫିସରଙ୍କ ବଦଳି

mahabharatanews

ହିଙ୍ଗୁଳାଙ୍କ ପୀଠରେ ବହୁଭକ୍ତ ସମାଗମର ଫୋଟ ପୋଷ୍ଟ କରି ଯୁବ ଆଇନଜୀବୀ ଗିରଫ

mahabharatanews