୪ ହଜାର ରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରର ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବା ଅପେକ୍ଷା ଅଢେ଼ଇ କୋଟି ଟଙ୍କା ଅଧିକ ଆର୍ଥିକ ଅନୁଦାନ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ପୂର୍ବରୁ ଏହି ସବୁ ହିନ୍ଦୁ ମନ୍ଦିର ଗୁଡିକୁ ୫ କୋଟି ଟଙ୍କା ଯୋଗାଇ ଦିଆ ଯାଉଥିବା ବେଳେ ବର୍ତ୍ତମାନ ତାକୁ ୭ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ରାଶି ଯୋଗାଇ ଦେଇଛନ୍ତି। ଦେବତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାର ରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିର । ସେଥି ମଧ୍ୟରୁ ୪୧୪୫ ମନ୍ଦିର କୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷ ପୂର୍ବ ଅପେକ୍ଷା ଅଢେ଼ଇ କୋଟି ଅଧିକ ଆର୍ଥିକ ଅନୁଦାନ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଏନେଇ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
