ଓଡିଶା

ରାଜ୍ୟ ସରକାର କରିବେ କରୋନା ମୃତକଙ୍କ ଶବ ସଂସ୍କାର

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କର ଶବ ସଂସ୍କାର ଏଣିକି ରାଜ୍ୟ ସରକାର କରିବେ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିଦ୍ଦେର୍ଶନାମା ଜାରି କରାଯାଇଛି । ଏହି ନିଦ୍ଦେର୍ଶନାମା ଆଧାରରେ କରୋନା ସଂକ୍ରମିତ ଯେଉଁ ହସ୍ପିଟାଲରେ ମୃତ୍ୟୁବରଣ କରିଥିବେ, ସେଠାରେ ମେଡିକାଲ ଟିମ ଦ୍ୱାରା ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଡାକ୍ତରଖାନା ପକ୍ଷରୁ ମରଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଏହା ପରେ ରାଜ୍ୟ ସରକାର କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର କରିବେ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ କୋଭିଡ-୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Related posts

 ଭାଗବତ ପ୍ରଧାନ ଓ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ସମ୍ମାନ

mahabharatanews

ଏପ୍ରିଲ ପହିଲାରେ କାଳବୈଶାଖୀ ସମ୍ଭାବନା   

mahabharatanews

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

mahabharatanews