ଓଡିଶା

ଆର୍ଡମିଟ କାର୍ଡ ନମିଳିବାରୁ ପରୀକ୍ଷା ଦେଇପାରିଲେ ନାହିଁ ଛାତ୍ର ଛାତ୍ରୀ

(ଭୁବନେଶ୍ୱର) ; ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଚଳିିତ ବର୍ଷ ମାଟ୍ରିକ୍ଷା ଫଳରେ ଅସନ୍ତୋଷ ହୋଇଥିଲେ ଛାତ୍ର ଛାତ୍ରୀ । ଏହାକୁ ନଜରରେ ରଖି ଯେଉଁ ମାନେ ନିଜର ରେଜଲ୍ଟକୁ ନେଇ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ ନେଇ ଘୋଷଣା କରିଥିଲେ ଶିକ୍ଷା ପରିଷଦ । ତେବେ ସେହି ଅନୁଯାୟି ଅଜି ଅଫଲାଇନ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । କିନ୍ତୁ ଅନେକ ଛାତ୍ର ଛାତ୍ରୀ ଆଡମିଟ୍ କାର୍ଡ ନପାଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି କଟକରେ ମଧ୍ୟ ଆଡମିଟ୍ କାର୍ଡ ନପାଇ ୧୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ପରୀକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ମାନେ କଟକ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର ଅଧିନରେ ପରୀକ୍ଷା ଦେଇଥାଆନ୍ତେ । ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ୍ କରିଥିଲେ । କିନ୍ତୁ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ସବୁ ତଥ୍ୟ ବୋର୍ଡକୁ ଦେଇନଥିବାରୁ ସେମାନଙ୍କ ଆଡମିଟ୍ କାର୍ଡ ମିଳିପାରିନଥିବା ଅଭିଯୋଗ ହୋଇଛି । ପରୀକ୍ଷା କେନ୍ଦ୍ର ନିକଟରେ ଆଡମିଟ୍ କାର୍ଡ ଦିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡମିଟ୍ କାର୍ଡ ମିଳିପାରିନାହିଁ।

Related posts

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews

ରଥଯାତ୍ରା : ଆଉ ମାତ୍ର ୨୭ ଦିନ

mahabharatanews

ନବରଙ୍ଗପୁରରେ ଅଜଣା ଭୂତାଣୁ ଚି଼ହ୍ନଟ

mahabharatanews