ଭାରତରାଜନୀତି

ବାଲାଟ ପେପର ନିର୍ବାଚନକୁ ଖାରଜ କଲେ ସୁପ୍ରିମକୋର୍ଟ

କେବଳ ଇଭିଏମରେ କରାଯିବ ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ହେଉଥିବା ପ୍ରତ୍ୟେକଟି ନିର୍ବାଚନ ଇଭିଏମ ବଦଳରେ ବାଲାଟ ପେପରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା। ମାମଲାରେ କୌଣସି ମେରିଟ ନଥିବା ଦର୍ଶାଇ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ କହିବା ମୁତାବକ ଆବେଦନରେ କୌଣସି ମେରିଟ ଦେଖିବାକୁ ମିଳିନି। ସୂଚନା ଅନୁସାରେ ଆଇନଜୀବୀ ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟରେ ବାଲାଟ ଇଭିଏମ ବଦଳରେ ବାଲାଟ ପେପରରେ ନିର୍ବାଚନ କରିବାକୁ ଆବେଦନ କରିଥିଲେ। ଜନପ୍ରତିନିଧି ଅଧିନିୟମ ଧାରା ୬୧(କୁ) ଚ୍ୟାଲେଞ୍ଜ କରିଥିଲେ। ତେବେ ଜନପ୍ରତିନିଧି ଅଧିନିୟମ ଧାରା ୬୧ (କ) ରେ କେବଳ ଇଭିଏମରେ ନିର୍ବାଚନ କରାଇବାକୁ ଉଲ୍ଲେଖ ରହିଛି। ଜନପ୍ରତିନିଧି ଅଧିନିୟମ ଧାରା ୬୧ (କ) ବର୍ତ୍ତମାନ ପର୍ଯ୍ୟନ୍ତ ସଂସଦରେ ମଞ୍ଜୁରୀ ପାଇନଥିବା ଆବେଦନରେ ଦର୍ଶାଇ ଥିଲେ। ଏହି କାରଣରୁ ଇଭିଏମରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେସବୁ ନିର୍ବାଚନ ହୋଇଛି ତାହା ଅବୈଧ ବୋଲି ଶ୍ରୀ ଶର୍ମା ଦାବି କରିଥିଲେ। ସଂପ୍ରତି ପ୍ରତ୍ୟେକଟି ନିର୍ବାଚନ ବ୍ୟାଲଟ ପେପରେ କରାଯାଉ ବୋଲି ଦାବି କରିଥିଲେ। ଯାହାକୁ କୋର୍ଟ ଖାରଜ କରିଦେଇଥିଲେ।

Related posts

ଇଡି ଅଫିସରେ ଲାଲୁ ପ୍ରସାଦ ଯାଦବ

mahabharatanews

“ଏସପି ଏବଂ କଂଗ୍ରେସ ମୁସଲମାନମାନଙ୍କ ପାଇଁ କିଛି କରିନାହାଁନ୍ତି”; ମୋଦି

mahabharatanews

ଏନ୍‌ଡିଟିଭି ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

mahabharatanews