(ରିପୋଟର୍ସ ଟୁଡେ): ରିଅଲ ହିରୋକୁ ମାରିବାକୁ ଷଡ଼ଯନ୍ତ୍ର । ଆଫଗାନିସ୍ତାନର ରିଅଲ ହିରୋ କୁହାଯାଉଥିବା ଅମରୁଲ୍ଲା ସାଲେହଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି କୃର ତାଲିବାନ ଓ ପାକିସ୍ତାନ । ତାଲିବାନ ସହ ମିଶି ଗୋଟିଏ ପରେ ଗୋଟିଏ ଯୋଜନାକୁ ସଫଳ କରୁଛି ପାକିସ୍ତାନ । ଅମରୁଲ୍ଲାଙ୍କୁ ହତ୍ୟା କରିବା ପରେ ପୁରା ପଞ୍ଜଶିରକୁ ତାଲିବାନ କବ୍ଚା କରିନେବା ସହ ପାକିସ୍ତାନ ତାଲିବାନର ମନ ମଧ୍ୟ ଜିତି ପାରିବ । ଏହା ପରେ ଆତଙ୍କି ଶକ୍ତି ସହ ମିଶି କାଶ୍ମୀରକୁ ଅକ୍ତିଆର କରିବ ବୋଲି ଭାବିଛି ପାକିସ୍ତାନ । ପଞ୍ଜଶିରକୁ ଦଖଲ କରିଥିବା ତାଲିବାନ ଘୋଷଣା କଲା ପରେ ମଧ୍ୟ ପଞ୍ଜଶିର ମାନିବାକୁ ନାରାଜ । ଏବେବି ପଞ୍ଜଶିରର ୬୦ ପ୍ରତିଶତ ଇଲାକା ତାଲିବାନ ଠାରୁ ମୁକ୍ତ ବୋଲି କହିଛନ୍ତି ରେଜିଷ୍ଟାନ୍ସର ମୁଖ୍ୟ ଅହମୁଦ୍ ମାସଦ୍ ଓ ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେ । ତେବେ ପୁଣି ପାରିଆନ୍, ଅବସାର ଓ ଦାରା ଜିଲ୍ଲାକୁ ନିଜ ପକ୍ଷକୁ ଆଣି ପାରିଛି ପଞ୍ଜଶିରର ରେଜିଷ୍ଟାନ୍ସ ଫୋର୍ସ । କିନ୍ତୁ ନିଜ ସ୍ୱାର୍ଥକୁ ସଫଳ କରିବାକୁ ପାକିସ୍ତାନ ବଳ ପ୍ରୟୋଗ କରୁଛି ପଞ୍ଜଶିର ଉପରେ । ପୂର୍ବରୁ ତାଲିବାନକୁ ଲୁଚି ସାହାର୍ଯ୍ୟ କରୁଥିବା ପାକିସ୍ତାନ ଏବେ ଖୁଲମଖୁଲ୍ଲା ସାହାର୍ଯ୍ୟ କରୁଛି । ଗତକାଲି ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ସାଲେହଙ୍କୁ ଅତି ବର୍ବର ଭାବେ ହତ୍ୟା କରିଛନ୍ତି ତାଲିବାନ । ତାଙ୍କୁ ଅକଥନୀୟ ନିର୍ଯ୍ୟାତନ ଦେବା ପରେ ପଞ୍ଜଶିର ଘାଟିରେ ହତ୍ୟା କରିିଛନ୍ତି । ପ୍ରଥମେ ତାଙ୍କୁ ଇଲେକ୍ଟ୍ରି ତାରରେ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କ ଗଳା କାଟି ଦେଇଥିଲେ । ଏତିକିରେ ତାଲିବାନୀଙ୍କ ବର୍ବରତା ସମୀତ ନାହିଁ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଅକଥନୀୟ ଗୁଳି ତାଙ୍କ ଉପରକୁ ଚଲାଇଥିଲେ ତାଲିବାନୀ । ତାଲିବାନୀଙ୍କ ସହ ମିଶି ଏପରି ବର୍ବରୋଚିକ କାଣ୍ଡ କରି ପଞ୍ଜଶିର ରେଜିଷ୍ଟାନ୍ସ ଫୋର୍ସ ତଥା ମାସୁଦ ଓ ସାଲେହଙ୍କ ମନୋବଳ ଭାଙ୍ଗିବାକୁ ଚାହୁଁଛି ପାକିସ୍ତାନ ।
previous post
next post
