ନୂଆଦିଲ୍ଲୀ: ଇନାରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ୨୧୦ଟି ଦେଶକୁ ବ୍ୟାପିସାରିଲାଣି । ଏହି ପ୍ରାଣଘାତୀ ଭୂତାଣୁ ସଂକ୍ରମଣରେ ୨୦ ଲକ୍ଷ ୬୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧ଲକ୍ଷ ୨୬ ହଜାର ୭୫୪ ଜଣଙ୍କ ପ୍ରାଣହାନୀ ଘଟିଲାଣି । ପ୍ରଭାବଶାଳୀ ନେତାଙ୍କଠୁ ସାଧାରଣ ଲୋକ କାହାରିକୁ ଏହି ଭାଇରସର ଛାଡିନାହିଁ । ଏପରିକି ଏହି ଭାଇରସ କବଜାରେ ଏବେ ଆତଙ୍କବାଦୀ ସଂଗଠନ ଗୁଡିକ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଅନେକ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ଏପରି ସୂଚନା ମିଳିଛି । ତେଣୁ ଆତଙ୍କବାଦୀମାନେ ଏବେ ସୀମାରେ ଅନୁପ୍ରବେଶ କରି ଭାରତରେ ପଶିବାକୁ ଉଦ୍ୟମ କରୁଛନ୍ତି ବୋଲି ଜଣାପଡ଼ିଛି ।
ଲାହୋରରେ ରହୁଥିବା ଆତଙ୍କବାଦୀ ଶାହିଦ ଏବେ କରୋନାରେ ଆକ୍ରାନ୍ତ । ଅନନ୍ତନାଗରେ ରହୁଥିବା ପରିବାର ଲୋକଙ୍କୁ ଫୋନ୍ କରି ଶାହିଦ ଏଭଳି କହିଛି । ଏବେ ଶାହିଦର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ଜଣାପଡ଼ିଛି । ଶାହିଦ ସହିତ ରହୁଥିବା ଅନ୍ୟ ଆତଙ୍କବାଦୀ ମଧ୍ୟ କରୋନାରେ ଅ ।କ୍ରାନ୍ତ ଥିବା ଜଣାପଡ଼ିଛ । ଶାହିଦ କିଛି ଦିନ ତଳେ ପରିବାର ଲୋକଙ୍କୁ ଫୋନ୍ କରିଥିଲା । ଏବେ ଆଉ କୌଣସି ଫୋନ୍ କଲ୍ ଆସିନାହିଁ । ତେଣୁ ପରିବାର ଲୋକେ ଶାହିଦକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି । ଶାହିଦ କରୋନାରେ ଅ ।କ୍ରାନ୍ତ ହେବା ପରେ ପାକିସ୍ତାନ ସରକାରକୁ ଅବଗତ କରାଯାଇଥିଲା । ହେଲେ ପାକିସ୍ତାନ ସରକାର କୌଣସି ଚିକିତ୍ସା ବ୍ୟବସ୍ଥା କରାଇନଥିବା ଜଣାପଡ଼ିଛି । ଶାହିଦ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ । ଶାହିଦ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟମାନେ ଏବେ ଭୟଭୀତ ହୋଇଥିବା ଜଣାପଡ଼ିଛି ।