ଓଡିଶା

ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର: ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କାଟେ । ସୁନ୍ଦରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କାଟେ ପଠାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।
ଆବେଦନ କରି ବିଭିନ୍ନ କାରଣରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀ ଏଥର ସୁଭଦ୍ରା ପାଇବେ । ବାଦ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ରିପୋର୍ଟ ଆସିବା ପରେ ପ୍ରାୟ ୨୫ ପ୍ରତିଶତ ସଂଶୋଧନ କରାଯାଇଛି । ସେମାନେ ତୃତୀୟ ପର୍ଯ୍ୟାୟ ରେ ସୁଭଦ୍ରା ଟଙ୍କା ପାଇବେ ବୋଲି ଗତକାଲି କହିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related posts

ପୋଖରୀରେ ବୁଡି ୪ ବର୍ଷର ଶିଶୁ ମୃତ

mahabharatanews

ଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ

mahabharatanews

ବୟାନବାଜି କରିବାକୁ ବିରୋଧ କଲେ ଲାଲୁ

mahabharatanews

Leave a Comment