ବିଶ୍ୱରାଜନୀତି

ଦୂରେଇବାରେ ଲାଗିଛି ଇମ୍ରାନଙ୍କ ଶାସନ ଗାଦି

ଇସଲାମବାଦ: ପାକିସ୍ତାନକୁ ପ୍ରାୟ ଚାରି ବର୍ଷ କାଳ ଶାସନ କରିଥିବା ଇମ୍ରାନଙ୍କ ଗାଦି ଏବେ ଧିରେ ଧିରେ ସଙ୍କଟ ଆଡକୁ ମୁହାଁଉଛି । ତାଙ୍କର ବିବାଦ ଦିନକୁ ଦିନ ବଢିଭାରେ ଲାଗିଛି । ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମୁତାହିଦା କୌମି ମୁଭମେଣ୍ଟ ପାକିସ୍ତାନ ଦଳ ମେଣ୍ଟରୁ ଅଲଗା ହୋଇଥିବା ନେଇ ଘୋଷଣା କରିଛି । ଶକ୍ତି ପ୍ରଦର୍ଶନ ପ୍ରସ୍ତାବ ଉପରେ ଏମକ୍ୟୁଏମ୍-ପି ବିରୋଧୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି । ଏହି କାରଣରୁ ଇମ୍ରାନ ସରକାରଙ୍କ ପାଇଁ ଏହା ଏକ ଜଟିଳ ସମସ୍ୟା ହୋଇଛି ।

ଇମ୍ରାନ ସଂସଦରେ ମଧ୍ୟ ନିଜର ସଂଖ୍ୟା ଗରିଷ୍ଠତା ହରାଇଚାଲିଛି । ଏପର୍ଯ୍ୟନ୍ତ ୧୭୫ ସଦସ୍ୟ ହାସଲ କରି ପାକିସ୍ତାନରେ ବିରୋଧୀ ଦଳ ସଦସ୍ୟ ସମର୍ଥନ ଥିବା କଥା ରିପୋର୍ଟରୁ ଜଣା ପଡିଛି । ଜିୟୋ ଟିଭି ଅନୁଯାୟୀ, ପାକିସ୍ତାନୀ ସଂସଦର ନିମ୍ନ ଗୃହରେ ଇମ୍ରାନ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ ଏପ୍ରିଲ ୩ରେ ହେବ ଏବଂ ଏହା ପରେ ଇମ୍ରାନ୍ ସରକାରଙ୍କ ପତନ ଘଟିବ।

ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ମୋଟ ସଦସ୍ୟଙ୍କ ସଂଖ୍ୟା ହେଉଛି ୩୪୨। ବହୁମତ ପାଇଁ ୧୭୨ ସଦସ୍ୟଙ୍କ ଆବଶ୍ୟକତା ରହିଛି। ଇମ୍ରାନଙ୍କ ନେତୃତ୍ୱାଧୀନ ପିଟିଆଇ ମେଣ୍ଟରେ ୧୭୯ ସଦସ୍ୟ ଥିଲେ, କିନ୍ତୁ ଏମ୍କ୍ୟୁଏମ୍-ପି ମେଣ୍ଟ ଛାଡିବା ପରେ ଏହାର ସଦସ୍ୟ ସଂଖ୍ୟା ୧୬୪କୁ ହ୍ରାସ ପାଇଛି। ଅପରପକ୍ଷରେ ବିରୋଧୀଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି।

ଇମ୍ରାନଙ୍କ ୨୪ ସାଂସଦ ବିଦ୍ରୋହୀ ପାଲଟି ସରକାର ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି। ବିଦ୍ରୋହୀମାନେ ଅବିଶ୍ୱାସ ପ୍ରସ୍ତାବରେ ବିରୋଧୀ ଦଳକୁ ସମର୍ଥନ ନକଲେ ମଧ୍ୟ ଇମ୍ରାନଙ୍କ ସରକାରର ପତନ ନିଶ୍ଚିତ।

Related posts

୨ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ

mahabharatanews

ବିଗିଡିଲା ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା

mahabharatanews

ପୁଟିନଙ୍କୁ ହାର୍ଟଆଟାକ , ବେଡରୁମରେ ତଲେ ପଡିଯାଇଥିଲେ

mahabharatanews