ମନୋରଞ୍ଜନ

ରିଲିଜ ହେଲା ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର’ର ଟ୍ରେଲର

(ମୁମ୍ବାଇ) : ଦୀପିକା ପାଦୁକୋଣ, ଅନିଲ କପୁର ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର’ର ରିଲିଜ୍ ହୋଇଯାଇଛି ଜବରଦସ୍ତ ଆକ୍ସନରେ ଭରପୁର ଟ୍ରେଲର । ଟ୍ରେଲରରେ ସମସ୍ତ ଆକ୍ଟରଙ୍କ ଅଭିନୟ ଜିଣୁଛି ଦର୍ଶକଙ୍କ ମନ ଏବଂ ଏଥିରେ ଚାରଚାନ୍ଦ ଲଗାଇଛି ହ୍ରିତିକ୍ ଓ ଦୀପିକାଙ୍କ ରୋମାନ୍ସ ।

ସୂଚନାନୁଯାୟୀ , ହ୍ରିତିକ ରୋଶନ ଫାଇଟରର ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଟ୍ରେଲର ସେୟାର କରି ସେ ଲେଖିଛନ୍ତି – ହୃଦୟ ଆକାଶ ନାଁରେ ଏବଂ ଜୀବନ ଦେଶ ନାଁ… ଜୟ ହିନ୍ଦ। ଟ୍ରେଲରରେ ସ୍କାୱାର୍ଡ ମେମ୍ବର୍ସ ବିପଦର ସାମ୍ନା କରି ଦେଶକୁ ସୁରକ୍ଷା ଦେଉଥିବା ନଜର ଆସୁଛନ୍ତି । ଟ୍ରେଲରରେ ଯୋଦ୍ଧା ମାନଙ୍କର ବନ୍ଧୁତା, ପ୍ରେମ୍, ସାହସ ଏବଂ ବଳିଦାନର ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଏହି ସିନେମାରେ ହ୍ରିତିକ୍ ରୋଶନଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ଟ୍ରେଲରରେ ଏପରି କିଛି ଦୃଶ୍ୟ ରହିଛି ଯେହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଜଣେ ୟୁଜର୍ କମେଣ୍ଟ କରି ଲେଖିଛନ୍ତି – 1000 କୋଟି ଲୋଡିଂ… ତେବେ କହିବା ପାଇଁ ଗଲେ ଫାଇଟରର ଟ୍ରେଲର ଦେଖିବା ପରେ ପ୍ରଶଂସକମାନଙ୍କ ଉତ୍ସାହ ଆହୁରି ବଢିଯାଇଛି ।

Related posts

ମା କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା

mahabharatanews

ଭାଇରଲ ହେଲା ସାରା ଓ ରାକ୍ଷୀଙ୍କ ଝଗଡା

mahabharatanews

କ୍ରିକେଟ ଧାୱନ ଏବେ ସିନେମାରେ

mahabharatanews