(ମୁମ୍ବାଇ) : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘The Vaccine War’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି । ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ ମଧ୍ୟ କରୁଛି । ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ତିନି ଦିନ ମଧ୍ୟରେ ଏହି ଫିଲ୍ମଟି ୪କୋଟି ଟଙ୍କାର ମଧ୍ୟ ବ୍ୟବସାୟ କରିପାରି ନାହିଁ।
ସୂଚନାନୁଯାୟୀ , ‘The Vaccine War’ ପ୍ରଥମ ଦିନରେ ଏହି ଫିଲ୍ମଟି ଏକ କୋଟିର ବ୍ୟବସାୟ ମଧ୍ୟ କରିପାରି ନାହିଁ । ଦ୍ୱିତୀୟ ଦିନରେ ଫିଲ୍ମର ଅବସ୍ଥା ଆହୁରି ଖରାପ ଥିଲା ଏବଂ ଏହା ମାତ୍ର 0.୯କୋଟି ଟଙ୍କା ବ୍ୟବସାୟ କରିଥିଲା। ବର୍ତ୍ତମାନ ତୃତୀୟ ଦିନର ସଂଗ୍ରହ ମଧ୍ୟ ପ୍ରକାଶ ପାଇଛି । ଏହି ଫିଲ୍ମ ତୃତୀୟ ଦିନରେ ୧.୫୦ କୋଟି ଟଙ୍କା ଆୟ କରିଛି। ଏହା ଏକ ସପ୍ତାହ ଶେଷ ହୋଇଥିବାରୁ ଫିଲ୍ମର ରୋଜଗାରରେ ସାମାନ୍ୟ ବୃଦ୍ଧି ଘଟିଛି ସିନେମାର ମୋଟ ଆୟ ୩.୨୫ କୋଟିରେ ପହଞ୍ଚିଛି । ‘The Vaccine War’ ୨୮ସେପ୍ଟେମ୍ବରରେ ‘ଫୁକରେ ୩’ରେ ମୁକ୍ତିଲାଭ କରିଥିଲା ।
