ଓଡିଶା

 ଆଜି ଗାନ୍ଧୀ ଜୟନ୍ତୀ

(ଭୁବନେଶ୍ୱର) : ଆଜି ଗାନ୍ଧୀ ଜୟନ୍ତୀ । ସାରା ଦେଶରେ ଉସବ ମୁଖର । ଲୁଗା ଓ ହାତରେ ବାଡ଼ି ଖଣ୍ଡେ ଧରି ସମଗ୍ର ଦେଶରେ ସ୍ବରାଜର ମଞ୍ଜି ବୁଣିଥିବା ଗାନ୍ଧୀଜୀଙ୍କ ମନରେ ଏକଦା ପରିବର୍ତ୍ତନ ଆଣିଦେଇଥିଲା ସତ୍ୟବାଦୀ ମାଟି। ଗାନ୍ଧୀଜୀ ୧୯୨୧ ମାର୍ଚ୍ଚ ୨୬ ତାରିଖରେ ପୁରୀ ଆସିଥିଲେ। ଗାନ୍ଧୀଜୀ ଓ କସ୍ତୁରବାଙ୍କ ରହଣି ପାଇଁ ଛୁରିଆନା କୁଞ୍ଜରେ ଏକ ଅସ୍ଥାୟୀ ଶିବିର କରାଯାଇଥିଲା। ସେଠାରେ କିଛି ସମୟ ବିଶ୍ରାମ ନେଇ ଗାନ୍ଧୀଜୀ ଗୋପବନ୍ଧୁଙ୍କ ବକୁଳ ବନ ବିଦ୍ୟାଳୟ ପରିଦର୍ଶନ କରି ଗୋପବନ୍ଧୁଙ୍କୁ ଖୁବ୍‌ ପ୍ରଶଂସା କଲେ।

ସୂଚନାନୁଯାୟୀ , ସେଠାରୁ ଫେରିବା ପରେ ଦିନ ୨ଟା ବେଳେ ବକୁଳ ବନରେ ବୈଠକର ଆୟୋଜନ ହୋଇଥିଲା। ସ୍ବରାଜ ପାଇଁ ଲୋକେ ମୁକ୍ତ ହସ୍ତରେ ଦାନ କରୁଥାଆନ୍ତି। ଗରିବମାନେ ବି ଏଥିରୁ ବାଦ ପଡ଼ିନଥିଲେ। ତେବେ ସେଦିନ ମଞ୍ଚ ସମ୍ମୁଖରେ ହଜାର ହଜାର ଲୋକଙ୍କ ବେଶ ପୋଷାକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Related posts

ମଧ୍ୟାହ୍ନରେ ବ୍ଲକ ଅଫିସରେ ଝୁଲୁଛି ତାଲା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

mahabharatanews

୧୦୭ ତମ କୋରେଇ ମୁନସୀ ମେଲଣ ଅନୁଷ୍ଠିତ ହୋଇଯାଇଛି

mahabharatanews

ଠିକାଦାରଙ୍କ ମନମାନିକୁ ବିରୋଧ, ଉଦ୍ୟାନ ବିଭାଗ ଶ୍ରମିକଙ୍କ ବିକ୍ଷୋଭ

mahabharatanews