ଭାରତ

ବୁଧବାର ଠାରୁ ୧୨ରୁ୧୪ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭିଡ୍ ଟୀକା

ନୂଆଦିଲ୍ଲୀ: ଭାରତରେ କରୋନାର ଭୟାବହତା ଦେଖି ଟିକା କରଣକୁ ଏକ ବିଶେଷ ମାଧ୍ୟମ ଭାବେ ନିଆ ଯାଇଛି । ପ୍ରଥମେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟୀକା କରଣ କରାଯାଇଥିଲା । ଏହା ପରେ ୧୮ରୁ ଉର୍ଦ୍ଧ୍ୱଙ୍କୁ ପ୍ରଥମ ଏବଂ ଦି୍ୱତୀୟ ଡୋଜ ଭାବେ କରାଗଲା ଟୀକାକରଣ । ବର୍ତ୍ତମାନ ବୁଧବାର ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ନିମନ୍ତେ କୋଭିଡ୍-୧୯ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାଭୀୟ କହିଛନ୍ତି।ଏଥିସହ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବୁଷ୍ଟର୍ ଡୋଜ୍ ନେଇ ପାରିବେ ବୋଲି ମଧ୍ୟ ସେ କହିଛନ୍ତି।

ପିଲାମାନଙ୍କର ଅଭିଭାବକମାନଙ୍କୁ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ସେମାନେ ନିଶ୍ଚୟ ଟିକା ନେବାର ବ୍ୟବସ୍ଥା କରନ୍ତୁ। ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି: ପିଲା ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ। ମାର୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷ ବୟସ୍କମାନଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ‘ପ୍ରିକସନ୍ ଡୋଜ୍’ ବା ‘ବୁଷ୍ଟର୍ ଡୋଜ୍’ ଟିକାକରଣ ଆରମ୍ଭ ହେଉଛି।

Related posts

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

mahabharatanews

୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews

ଉତ୍ତରପ୍ରଦେଶରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି  

mahabharatanews