ନୂଆଦିଲ୍ଲୀ: ଭାରତରେ କରୋନାର ଭୟାବହତା ଦେଖି ଟିକା କରଣକୁ ଏକ ବିଶେଷ ମାଧ୍ୟମ ଭାବେ ନିଆ ଯାଇଛି । ପ୍ରଥମେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟୀକା କରଣ କରାଯାଇଥିଲା । ଏହା ପରେ ୧୮ରୁ ଉର୍ଦ୍ଧ୍ୱଙ୍କୁ ପ୍ରଥମ ଏବଂ ଦି୍ୱତୀୟ ଡୋଜ ଭାବେ କରାଗଲା ଟୀକାକରଣ । ବର୍ତ୍ତମାନ ବୁଧବାର ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ନିମନ୍ତେ କୋଭିଡ୍-୧୯ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାଭୀୟ କହିଛନ୍ତି।ଏଥିସହ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବୁଷ୍ଟର୍ ଡୋଜ୍ ନେଇ ପାରିବେ ବୋଲି ମଧ୍ୟ ସେ କହିଛନ୍ତି।
ପିଲାମାନଙ୍କର ଅଭିଭାବକମାନଙ୍କୁ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ସେମାନେ ନିଶ୍ଚୟ ଟିକା ନେବାର ବ୍ୟବସ୍ଥା କରନ୍ତୁ। ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି: ପିଲା ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ। ମାର୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷ ବୟସ୍କମାନଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ‘ପ୍ରିକସନ୍ ଡୋଜ୍’ ବା ‘ବୁଷ୍ଟର୍ ଡୋଜ୍’ ଟିକାକରଣ ଆରମ୍ଭ ହେଉଛି।