ଓଡିଶା

ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ…

କଟକ, ଗଣ୍ଡରପୁର ସ୍ଥିତ ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ ହୋଇ ଯାଇଛି । ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ଅବିନାଶ ରାଉଳ ଆନୁଷ୍ଠାନିକ ଭାବେ ଏହି ପ୍ରାଚୀରପତ୍ରକୁ ଉନ୍ମୋଚନକରି ଲୋକାର୍ପଣ କରିଥିଲେ । ଏହି ପ୍ରାଚୀର ପତ୍ରରେ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତି ଆଲୋଚନା ଶୀର୍ଷକ ବିଷୟ ଗୁଡ଼ିକ ଏଥିରେ ସ୍ଥାନ ପାଇବା ସହିତ ବିଭାଗ ଦ୍ଵାରା କରାଯାଉଥିବା ଉନ୍ନତିମୂଳକ କାର୍ଯ୍ୟସମୂହ ପ୍ରତିଫଳିତ ହେବା ସହିତ ଜନ ସଚେତନତା ଓ ଶିକ୍ଷା ତଥା ମାନବି ମୁଲ୍ୟବୋଧ ଭିତ୍ତିକ ବାର୍ତ୍ତା ପ୍ରସାରିତ ହୋଇପାରିବ ବୋଲି ମୁଖ୍ୟ ଯନ୍ତ୍ରୀ ଏହି ଅବସରରେ ମତବ୍ୟକ୍ତ କରିଥଲେ । ଏଥିସହିତ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଏହି ପ୍ରାଚିରପତ୍ରରେ ଲେଖାମାନ ସ୍ଥାନିତ ହେବ। ଏହି ଲୋକାର୍ପଣ ଉତ୍ସବରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ କାମଦେବ ଦାସ, ନିର୍ବାହୀ ଯନ୍ତ୍ରୀ ଇଂସୌରଭ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ଇଂ ଆଲିଶା ପ୍ରିୟଦର୍ଶିନି, ଉପ ବିଭାଗ ଅଧିକାରି ବିରଞ୍ଚି ନାରାୟଣ ବରାଳ, ସହକାରୀ ଯନ୍ତ୍ରୀ ସୌଭାଗ୍ୟ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ମଧୁମିତା ମହାନ୍ତି, ସହକାରୀ ଯନ୍ତ୍ରୀ ଆରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମକୁ ସମ୍ପାଦନା ମଣ୍ଡଳୀର  କର୍ମକର୍ତ୍ତା ମଧ୍ୟରେ ସୁଦୀପ କୁମାର ପ୍ରଧାନ, କମଳ ଲୋଚନ ପାତ୍ର, ସୌମ୍ୟରଞ୍ଜନ ସାମଲ, ତପନ କୁମାର ମହାପାତ୍ର, ଅରୂପାନନ୍ଦ ମହାନ୍ତି ଓ ଶିଳ୍ପା ପ୍ରିୟ ଦର୍ଶିନି ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସହ ସମ୍ପାଦକ ବିପଦ ବାନ୍ଧବ ମହାନ୍ତି   ଧନ୍ୟବାଦ ଅର୍ପଣ କରିଥିଲେ।

Related posts

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews

ରାଜଧାନୀରୁ ଆଉ ୧୭ କରୋନା ସଂକ୍ରମିତ

mahabharatanews

ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ତାପମାତ୍ରା

mahabharatanews