Accidentଓଡିଶାଦୁର୍ଘଟଣା

ପୋଖରୀରେ ବୁଡି ଯୁବକର ମୃତ

ବରୀ/ ସତ୍ୟଜିତ ବାରିକ : ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ କିମ୍ଭିରିଆପାଳ ପଞ୍ଚାୟତ କୁଆଖିଆ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ । ମୃତକ ଜଣକ ହେଲେ ସ୍ୱଗତ ଏକନ ସାହୁ ଙ୍କ ପୁଅ ଦୀପକ ସାହୁ(୨୭) । ସୂଚନାମୁତାବକ , ଯୁବକ ଜଣକ ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯାଇଥିଲେ। ତାଙ୍କ ସହିତ ଯାଇଥିବା ଜୈନେକ୍ ନା ବାଳକ ଦୀର୍ଘ ସମୟ ଧରି ପୋଖରୀ କୁଳରେ ଅପେକ୍ଷା କରି ରହିଥିଲା ।

କିନ୍ତୁ ଦୀପକ ପାଣି ମଧ୍ୟରୁ ନ ବାହାରିବା ରୁ ସେ ଚିତ୍କାର କରିଥିଲା । ନାବାଳକର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ବୁଡି ଯାଇଥିବା ଯୁବକଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିବା ବେଳକୁ ଉକ୍ତ ଯୁବକଙ୍କର ମୃତ ହୋଇସାରିଥିଲା ବୋଲି ଡାକ୍ତର କହିଥିଲେ। ଦୀପକ ଘରର ମଝିଆ ପୁଅ ହୋଇଥିବାବେଳେ ତାଙ୍କ ପିତା ଏକ ଗାଡ଼ି ଦୁର୍ଘଟଣା ରେ ମୃତ ବରଣ କରିଥିଲେ । ଯାହା ଏହି ଦୁଖଦ ଖବର ପାଇ ସାରା ଗାଁକୁ ଶୋକର ଛାୟା ଖେଳିଯାଇଛି ।

Related posts

ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ସାରା ଦେଶରେ ଟପର୍‌ ହୋଇଛନ୍ତି ଓଡ଼ିଆ ଛାତ୍ରୀ

mahabharatanews

ଶ୍ୟାମାକାଳୀ ମନ୍ଦିରରେ ଶ୍ୱେତ ପେଚାର ନୃତ୍ୟ

mahabharatanews

ପୁଅ ନୁହଁ ! କିନ୍ତୁ ପୁଅର କର୍ତ୍ତବ୍ୟ କଲେ

mahabharatanews