ଓଡିଶା

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

(ଜଳେଶ୍ୱର) ; ଗଛରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଛି । ତାହା ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ଟଷ୍ଟ ହୋଇନାହିଁ । ସୂଚନା ଅନ୍ୟୁାୟୀ ଜଳେଶ୍ୱର ଥାନା ପଞ୍ଚିଘଣ୍ଟା ପୁରୁଣା ବାଲି ସୈରାତ ନିକଟରେ ଏକ ଗଛରେ ଜଣେ ଯୁବକକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଗ୍ରାମର କିଛି ଲୋକ ଶୌଚ ହେବାକୁ ଯାଇଥିବା ସମୟରେ ଗଛରେ ଯୁବକଙ୍କର ମୃତଦେହ ଦେଖିବାକୁ ପାଇଥିଲେ ଏବଂ ପୁଲିସ କୁ ଖବର ଦେଇଥିଲେ । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଚନ୍ଦ୍ରମୋହନ ସିଂଙ୍କ ପୁଅ ଗଣେଶ ସିଂ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗଛ ମୂଳରେ ଚପଲ ପଡିଥିବା ଦେଖିବାକୁ ମିଳିଛି । ଏହା ଏକ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଥିବା ବେଳେ ପୋଲିସ ତଦନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।

Related posts

ବଡଖଣ୍ଡି ଗ୍ରାମର ଇନ୍ଦିରାଆବାସ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ନିଷ୍ପତ୍ତି ବାତିଲ ଦାବି

mahabharatanews

ପାଉଡର ଚୋର ସିସିଟିଭିରେ କଏଦ

mahabharatanews

ଜଳ ସଙ୍କଟ ଯୋଗୁଁ ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି ଦେଖିବାକୁ ମିଳିପାରେ

mahabharatanews