ଓଡିଶା

ଦୋକାନରୁ ମିଳିଲା ଯୁବକଙ୍କ ମୃତଦେହ

(ସମ୍ବଲପୁର) ; ସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଦୋକାନରୁ ମିଳିଲା । ତେବେ ଏହି ଘଟଣା ଟି ସମ୍ବଲପୁର ଚର୍ଚ୍ଚ ଛକରେ ଦେକିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ଚର୍ଚ୍ଚ ଛକ ରାଧିକା ହ୍ୟାଣ୍ଡଲୁମ ଦୋକାନରୁ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛିି । ମୃତ ଯୁବକ ଜଣଙ୍କ ବାହାଲପଡ଼ାର ଅମରଜିତ ଠାକୁର ବୋଲି ଜଣାପଡିଛି । ସେ କାର୍ପେଣ୍ଟର ଭାବେ କାର୍ୟ୍ୟ କରୁଥିଲେ । ତେବେ ସିପ୍ଟ ହେଉଥିବା ରାଧିକା ହ୍ୟାଣ୍ଡଲୁମ ଭିତରେ ତାଙ୍କର ମୃତଦେହ ପଡିଥିଲା । ଏନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିବା ସୂଚନା ମିିଳିଛି ।

Related posts

ପରୀ ହତ୍ୟା: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

mahabharatanews

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’

mahabharatanews

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶର୍ନ

mahabharatanews