ଅପରାଧଓଡିଶା

ମୋ ବସ ଡ୍ରାଇଭରକୁ ମାଡମାରିଲେ ଯୁବକ

ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା | ଜଣେ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠରେ | ମାଷ୍ଟରକ୍ୟାଣ୍ଟିନରୁ ସୁନ୍ଦରପଦା ରୁଟ ଦେଇ ଜଟଣୀ ଯାଉଥିବା ମୋ ବସ ଉପରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ରାସ୍ତା ଜାମ୍ ହେବାରୁ ମୋ ବସ ଉପରେ ଆକ୍ରମଣ । ଲୁହା ରଡ୍‌ରେ ଗାଡ଼ିର କାଚ୍ ଭାଙ୍ଗିବା ସହ ଡ୍ରାଇଭରଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ । ବିରବନ୍ଧ ନିକଟରେ ମୋ ବସ ଯାତ୍ରୀ ଉଠାଇବାବେଳେ ସଂକୀର୍ଣ୍ଣ ରାସ୍ତା ପାଇଁ ରାସ୍ତା ଜାମ୍‌ ହୋଇଥିଲା । ବସ ପଛରେ ଅନେକ ଗାଡ଼ି ଅଟକି ରହିଥିଲା ।ଏନେଇ ଯୁବକ ଜଣକ ଘଟଣା ସ୍ଥଳରେ ପାଟିଟୁଣ୍ଡ କରିଥିଲେ ।
ପରେ ସଂପୃକ୍ତ ଓଇସି ଛକ ନିକଟରେ ବସକୁ ଅଟକାଇ ଗାଳିଗୁଲଜ କରିବା ସହିତ ଲୁହା ରଡରେ ଗାଡ଼ିର କାଚ ଭାଙ୍ଗିଥିଲେ ଯୁବକ ଜଣକ । କେବଳ ସେତିକି ନୁହେଁ ବସ ଡ୍ରାଇଭରଙ୍କୁ ମଧ୍ୟ କରିଥିଲେ ମରଣାନ୍ତକ ଆକ୍ରମଣ ।ମୋ ବସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ସହ ଉକ୍ତ ଯୁବକଙ୍କ ବିରୋଧରେ ପିପିଲି ଠାରେ ଏକ ଅଭିଯୋଗ ମଧ୍ୟ ଦେଇଛନ୍ତି | ତେବେ ଏଭଳି ଅପରାଧୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ଆଇଁ ସାଧାରଣରେ ଚର୍ଚ୍ଚା ହେଉଛି |

Related posts

ଦିନ ୨ଟା୩୦ ସୁଦ୍ଧା ବାଲେଶ୍ବରରେ ୪୬ ଡିଗ୍ରୀ ଛୁଇଁଲା ତାତି

mahabharatanews

ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗ

mahabharatanews

ନାବାଳିକା ଦୁଷ୍କର୍ମ: ୮୦ ପ୍ରତିଶତ ଅଭିଯୁକ୍ତ ପରିଚିତ

mahabharatanews

Leave a Comment