ଓଡିଶା

ମହାନଦୀିରେ ବନ୍ୟା ଆଶଙ୍କା ନାହିଁ

(ରିପୋଟର୍ସ ଟୁଡେ) ; ମହାନଦୀରେ ବନ୍ୟା ଆଶଙ୍କା ନାହିଁ । ବୈତରଣୀ , ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର କମିବା ଆରମ୍ଭ ହୋଇଛି । ଏ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳେ ମୁଣ୍ଡଳୀ ଦେଇ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ ।ଏବେ ମୁଣ୍ଡଳୀରେ ୭.୫ରୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦରୁ ୪ ଲକ୍ଷ ୮୪ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦକୁ ଗୁରୁବାର ୫.୫୦ ହଜାର କ୍ୟୁସେକ୍ ଜଳ ପଶୁଥିଲା । ଶୁକ୍ରବାର ଏହା କମି ୪ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପଶୁଛି । ଏହାଦ୍ୱାରା ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବନି । ଘଣ୍ଟାକୁ ୪ସେଣ୍ଟିମିଟର ହାରରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଆଜି ରାତି ୧୦ରୁ ୧୨ଟା ମଧ୍ୟରେ ସର୍ବାଧିକ ଜଳସ୍ତର ବୃଦ୍ଧି ପାଇବ । ଏହାଦ୍ୱାରା ବାଲେଶ୍ୱର ଭୋଗରାଇ, ବାଲିଆପାଳ ଆଦି ତଳି ଅଞ୍ଚଳରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି ।

Related posts

ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

mahabharatanews

ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା 

mahabharatanews

ଉତ୍ତର ଓଡିଶାର ଟାଣୁଆ ନେତା ମଦନ ମୋହନଙ୍କ ପରଲୋକ

mahabharatanews