ଓଡିଶାଦୁର୍ଘଟଣା

ବାହାନଗା ଟ୍ରେନ୍ ଟ୍ରାଜେଡି: ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ଏହା ଭିତରେ ପୁନରୁଦ୍ଧାର କାର୍ୟ୍ୟ ଶେଷ ହୋଇଛି। ସ୍ୱାଭାବିକ ହୋଇଛି ରେଳ ଚଳାଚଳ। କେମିତି ହେଲା ଦୁର୍ଘଟଣା, ସେନେଇ ଦାୟିତ୍ୱ ନେଇଛି ସିବିଆଇ। ସେପଟେ ୮୧ଟି ମୃତଦେହ କଂଟେନରରେ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୯ଟି ମୃତ ଦେହକୁ ଡିଏନଏ ସାମ୍ପୁଲ ମ୍ୟାଚ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଡି.ଏନ୍.ଏ ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବା କାରଣରୁ ସମସ୍ତ ମୃତଦେହକୁ ଏପର୍ୟନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରିନାହିଁ । ପାଖାପାଖି ଏକ ମାସ ଧରି ଏହି ମୃତ ଦେହ ଗୁଡିକ କଂଟେନରରେ ରହିଥିବାରୁ ନଷ୍ଟହେବାକୁ ଆରମ୍ଭ କରିଛି । ଏହି କଂଟେନରଗୁଡିକରେ ମାଇନସ ୧୮ ଡିଗ୍ରୀ ତାପମାତ୍ରାରେ ଶବଗୁଡିକୁ ସଂରକ୍ଷିତ କରି ରଖାଯାଇଛି । ଏବେ ମୃତଦେହଗୁଡିକୁ ପୁରୁଣା କଂଟେନରରୁ ବାହାର କରି ନୁତନ କଂଟେନରକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ଏମ୍ସରେ ପାଖାପାଖି ୬୨ଟି ମୃତଦେହ କଂଟେନର ଗୁଡିକରେ ରଖାଯାଇଛି ।

Related posts

ଯୁବତୀ ଜୀବନ୍ତଦଗ୍ଧ, କାରଣ ଅସ୍ପଷ୍ଟ

mahabharatanews

ଜଳ ସଙ୍କଟ ଯୋଗୁଁ ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି ଦେଖିବାକୁ ମିଳିପାରେ

mahabharatanews

ଅବ୍ୟକ୍ତ ଦୁଃଖ ; ପରଲୋକରେ ସହିଦ୍ ସୁଶାନ୍ତଙ୍କ ମା’ 

mahabharatanews