ବିଶ୍ୱ

 ନ୍ୟୁୟର୍କବାସୀଙ୍କ ପାଇଁ ରାମଲାଲାଙ୍କ ସମାରୋହର ସିଧା ପ୍ରସାରଣ 

(ଦିଲ୍ଲୀ) : ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ କେବଳ ଭାରତରେ ନୁହେଁ ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ମଧ୍ୟ କରାଯିବ।

ସୂଚନାନୁଯାୟୀ , ରାମଲାଲାଙ୍କ ବହୁପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହକୁ ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବିଦେଶରେ ଥିବା ଭଗବାନ ରାମଙ୍କ ସମସ୍ତ ଭକ୍ତଙ୍କୁ ସମ୍ବୋଧିତ କରିବେ। ପ୍ରାଣପ୍ରତିଷ୍ଠା ଅବସରରେ ଦଳୀୟ କର୍ମୀମାନେ କମ୍ବଳ ବଣ୍ଟନ କରିବା, ସାମୂହିକ ଭୋଜି ଆୟୋଜନ କରିବା କିମ୍ବା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖାଦ୍ୟ କିମ୍ବା ଫଳ ଦାନ କରିପାରିବେ ବୋଲି କୁହାଯାଇଛି।  ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଅନେକ ଟେଣ୍ଟ ସିଟି ନିର୍ମାଣ କରାଯାଉଛି।

Related posts

ବ୍ରିକ୍ସ ଦେଶ ଗୁଡିକୁ ଧମକ ଦେବା ପଛରେ ରହିଛି ଏହି କାରଣ

mahabharatanews

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତ

mahabharatanews

ଅଙ୍କଲ ଡାକି ନିଲମ୍ବିତ ହେଲେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

mahabharatanews