ଖେଳ

ଟିମ ଇଣ୍ଡିଆରେ ହେବ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଭାରତୀୟ କ୍ରିକେଟ ଜଗତରେ ଗୋଟିଏ ଘଟଣା ଜୋରଦାର ଚର୍ଚ୍ଚା ହେଉଥିବାର ଦେଖାଯାଇଛି । ତେଣୁ ଖୁବ ଶୀଘ୍ର ଦଳରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି କୁହାଯାଉଛି । ଏହି ଘଟଣା ଭାରତର ଅଧିନାୟକ ବିରାଟ କୋହଲୀଙ୍କୁ ଏକ ବଡ ଝଟକା ହୋଇପାରେ । ଆସନ୍ତା କିଛି ଦିନରେ ସେ ସିମୀତ ଓଭର କ୍ରିକଟରୁ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ କିଏ ହେବ ଭାରତର ପରବର୍ତ୍ତୀ ଅଧିନାୟକ ଆସନ୍ତୁ ଜାଣିବା ।
ଅଧିନାୟକ ପଦରେ ରହି ସେ ନିଜ ବ୍ୟାଟିଂ ପ୍ରତି ଧ୍ୟାନ ଦେଇ ପରୁ ନଥିବାରୁ ଏଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି । ସଫଳ ଅଧିନାୟକମାନଙ୍କ ମଧ୍ୟରୁ ବିରାଟ କୋହଲୀ ଅନ୍ୟତମ । ଆସନ୍ତା ଅକ୍ଟୋବର ୧୭ରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ବିଶ୍ୱକପ ପରେ କୋହଲୀ ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ସହ ପୃଥିବୀର ଶ୍ୟେଷ୍ଠ ବ୍ୟାଟ୍ସମ୍ୟାନ ହେବା ତାଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ ବିଶ୍ୱାସ କରନ୍ତି । ତେଣୁ ସେ ଅଧିନାୟକ ପଦରୁ ଇସ୍ତଫା ଦେଇପାରନ୍ତି । ତେବେ ତାଙ୍କ ସ୍ଥାନରେ ଉପ ଅଧିନାୟକ ତଥା ହିଟମ୍ୟାନ ରୋହିତ ଶର୍ମା ଦଳର ପରବର୍ତ୍ତୀ ଅଧିନାୟକ ହେବାର ସମ୍ଭାବନା ଅଧିକ ରହିଛି । ରୋହିତଙ୍କ ଅଧିନାୟକତ୍ୱରେ ଭାରତ ଏସିଆ କପ ଜିତିବା ସହ ଆଇପିଏଲରେ ମୁମ୍ବାଇ ୫ ଥର ଟ୍ରଫି ନିଜ ନାମରେ କରିସାରିଛି । ସେ ଅଧିନାୟକ ଭାବରେ କୋହଲୀଙ୍କଠାରୁ ବେଶୀ ସଫଳ ବୋଲି ପ୍ରମାଣିତ କରିଛନ୍ତି । ଅନ୍ୟ ପକ୍ଷରେ ୨୦୧୭ରୁ ନିୟମିତ ଭାବରେ ଅଧିନାୟକ ପଦରେ ଥିବା ବିରାଟ କୋହଲୀ ଦଳକୁ କୌଣସି ଆଇସିସି ଟ୍ରଫି ଜିତାଇ ପାରି ନାହାନ୍ତି । ଏହାଛଡା ତାଙ୍କ ଦଳ ଆରସିବି ମଧ୍ୟ ଟ୍ୟଫି ଜିତିବାରେ ଏପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ ।

Related posts

ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ନେବେ ଅବସର 

mahabharatanews

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews