ଓଡିଶା

ରାମସାଗର ପରିଦର୍ଶନ କରି ତିନୋଟି ବୃହତ ଜଳାଶୟର ପୁନରୁଉଦ୍ଧାର କଲେ ବିଧାୟକ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂରୂପେଶ କୁମାର ପାଣିଗ୍ରାହୀ । ସନ୍ଧ୍ୟା ସମୟରେ ବିଧାୟକ ରାମସାଗରର ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ରାମସାଗର ପାରଳାଖେମୁଣ୍ଡି ରାଜାରାଜୁଡା ଅମଳରେ ଜମିକୁ ଜଳସେଚନ ଲାଗି ନିର୍ମାଣ କରାଯାଇଥିଲା। ବିଶେଷ କରି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜମିକୁ  ଜଳସେଚନ ବ୍ୟବସ୍ଥା ପାଇଁ ସୁଚିନ୍ତିତ ଯୋଜନା କରିଯାଇଛନ୍ତି ।

ତେବେ ଏହି ବୃହତ୍ତ ଜଳାଶୟ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥ‌ିବା ବେଳେ ପୂର୍ବ ସରକାର ମୁଖ୍ୟ କରି ଗୋଷାଣି ବ୍ଳକର ତିନୋଟି ବୃହତ ଜଳାଶୟର ପୁନରୁଉଦ୍ଧାର କରିଥିଲେ । ସେଥି ମଧ୍ୟରେ ରାମସାଗର ବୃହତ ଜଳାଶୟ କାମ ଠିକା ନେଇଥିବା ଠିକାଦାର ଜଣକ ସଠିକ୍ ଭାବେ କାର୍ଯ୍ୟ କରିନଥିବା ଯୋଗୁଁ ଏହା ଏବେ ପୁନରୁଉଦ୍ଧାର ପୂର୍ବାବସ୍ଥାକୁ ଫେରିବାକୁ ବସିଛି। ଯାହାକି ବିଧାୟକ ଶ୍ରୀ ପାଣିଗ୍ରାହୀ ଚାଷୀଙ୍କ ଠାରୁ ଶୁଣି ହଠାତ୍ ରାମସାଗର ଜଳାଶୟ  ଗସ୍ତ କରିଛନ୍ତି । ରାମ ସାଗର ଅଞ୍ଚଳରେ ଚାଷୀମାନଙ୍କ ପନିପରିବା ବିକ୍ରୀ ବଟ।ଲାଗି ଏକ ଭେଣ୍ଡି ଭେଣ୍ଡିଂ ଜୋନ୍ କରାଯିବା, ପର୍ଯ୍ୟଟନର ବିକାଶ କରାଯାଇ ବୋଟିଂ ବୋଟିଂ ଆଦି ଆଦି କରିବା, ସେହିଭଳି ଏହି ସାଗର ଅଞ୍ଚଳରେ ରିଙ୍ଗରୋଡ  ପାଇଁ ପ୍ରସ୍ତାବ ରହିଛି । ଏସବୁ ଦିଗ ଉପରେ କାର୍ଯ୍ୟ କରିଲେ ଏହାର ବିକାଶ ହେବ ବୋଲି କହିଛନ୍ତି । ଯେପରି ପାଣି ଭରି ରହିବ ସେ ସରକାରଙ୍କ ଠାରେ ଉପସ୍ଥାପନ ରାମସାଗରକୁ ନେଇ ଏପରି ଭାବେ ବିଭିନ୍ନ ପରିକଳ୍ପନା ହୋଇଛି। ତାହା ବାସ୍ତବରେ ପରିଣତ ହେବା ସମୟ ଆସିଛି ବୋଲି ବିଧାୟକ କହିଛନ୍ତି।

Related posts

ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା   

mahabharatanews

ଆଜିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

mahabharatanews

ଆସନ୍ତା ୧୩ରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews