ଓଡିଶା

ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ;ଡ୍ରୋନ ଉଡାଇବା ଉପରେ କଟକଣା,

ପୁରୀ;ଡ୍ରୋନ ଉଡାଇବା ଉପରେ କଟକଣା, ଛାତ ଉପରେ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ମନା। ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ।ଏଥିରେ ନୌସେନାର ବିବିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ସହ ଚିତ୍ତାକର୍ଷକ ଏୟାର ସୋ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ନୌସେନାର ଜାହାଜ ଉପରୁ ଆକାଶ ମାର୍ଗରେ  ଦୁଃସାହସିକ  କୌଶଳ ପ୍ରଦର୍ଶନ କରାଯିବ। ଏୟାର ସୋ ଅନୁଷ୍ଠିତ ହେଉଥିବା ସମୟରେ ସଂପୃକ୍ତ ଅଂଚଳରେ ପକ୍ଷୀ ମାନେ ଉଡିବା ଦ୍ୱାରା ବିମାନଗୁଡିକ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏଣୁ ସାଧାରଣ ବ୍ୟକ୍ତି,ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ସମୟରେ ଯେପରି କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ  ସେମାନଙ୍କର ଛାତ ଉପରେ କିମ୍ବା ଗଳିକନ୍ଦିରେ ପକାଇବେ ନାହିଁ। ନଭେମ୍ବର ୨୮ ତାରିଖ ଠାରୁ ଏୟାର ସୋ କାର୍ଯ୍ୟକ୍ରମ ଶେଷ  ଅର୍ଥାତ ଡିସେମ୍ବର ୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଖାଦ୍ୟ ପଦାର୍ଥ ନ ପକାଇବାକୁ ଅନୁରୋଧ କରାଯାଇଛି।ସେହିପରି ପ୍ରଶାସନ ପକ୍ଷରୁ ନଭେମ୍ବର ୨୮ ତାରିଖ ଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଇବା ଉପରେ କଟକଣା ଲାଗୁ କରାଯାଇଛି।ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମ କୁ ପେଣ୍ଠକଟା ସମୁଦ୍ର କୂଳ ଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଉପସ୍ଥିତ ରହି ଉପେଭାଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁେରାଧ କରାଯାଇଛି। ଏହି ନୌସେନା ଦିବସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Related posts

RBSK ମ୍ୟାନେଜର ଅଫିସରେ ବସି ମଦ ପିଉଥିବାର ଫଟୋ ଭାଇରାଲ

mahabharatanews

ଅଗରନାସୀ ସମୁଦ୍ରରେ ବିରାଟକାୟ ତିମିର ମୃତଦେହ ଭାସୁଛି

mahabharatanews

ପାଣିରେ ବୁଡି ୩ ଭାରତୀୟଙ୍କ ଚାଲିଗଲା ଜୀବନ

mahabharatanews