ମନୋରଞ୍ଜନ

ଫିଲ୍ମ ‘ଟାଇଗର ୩’; ୬୦ହଜାର ଅଗ୍ରୀମ ବୁକିଂ 

(ମୁମ୍ବାଇ) :  ଦୀପାବଳିକୁ ଖାସ କରିବା ପାଇଁ ସଲମାନ ଖାନ ଚଳିତ ବର୍ଷ ନିଜ ପ୍ରଶଂସକଙ୍କ ପାଇଁ ଫିଲ୍ମ ଟାଇଗର-୩ ନେଇ ଆସୁଛନ୍ତି। ଦୀପାବଳି ଅବସରରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ଟାଇଗର ୩’ର ଟିଜର ରିଲିଜ୍ ପରଠାରୁ ଚର୍ଚ୍ଚାରେ ରହିଛି।  ତେବେ ଟିଜରରେ ଦେଖିବାକୁ ମିଳିଥିଲା ଯେ, ଟାଇଗର ଏକ ଭିଡିଓ ରେକର୍ଡ କରି ନିଜ ବିଷୟରେ କହିବା ଆରମ୍ଭ କରୁଛନ୍ତି।

ସୂଚନାନୁଯାୟୀ , ଏପର୍ଯ୍ୟନ୍ତ ଫିଲ୍ମର ୧ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି। ରିଲିଜ୍ ଦିନ ୬୦ହଜାରରୁ ଅଧିକ ଟିକେଟ ବୁକ୍ ହୋଇଥିବା ବେଳେ ରିଲିଜ୍ ପରେ ଏହା ଆହୁରି ବଢ଼ିବ ବୋଲି କୁହାଯାଉଛି। ଫିଲ୍ମର ଟ୍ରେଲର ଆସିବା ପରେ ଦର୍ଶକଙ୍କ ମନରେ ଯେଉଁ ଉତ୍ସାହ ରହିଛି, ତାକୁ ଦେଖି ଜଣାପଡ଼ୁଛି ଯେ, ସଲମାନ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବେ।

Related posts

ଲିଭ୍‌-ଇନରେ ରହିବା ପରେ ବାହା ହେବାକୁ ମନା କଲେ ଟାଇଗର!

mahabharatanews

ପରଲୋକରେ ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀ 

mahabharatanews

ସନା ଖାନଙ୍କ ଘରକୁ ଆସିଲା କୁନି ଅତିଥି

mahabharatanews