ଓଡିଶା

ସାବଧାନ ବୁଲୁଛି ମହାବଳ

(ଗଜପତି) : ବୁଲୁଛି ମହାବଳ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଉପସ୍ଥିତି । ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ଗତ ୧୮ତାରିଖରେ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁରରେ ଏକ ବନ୍ୟଜନ୍ତୁକୁ ବାଘଟି ମାରି ଖାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚଳ କର୍ମଚାରୀ ଓ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।

ସୂଚନାନୁଯାୟୀ , ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ । ବାଘ ବୁଲୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସତର୍କତା ଜାରି କରାଯାଇଛି ।  ଗୃହପାଳିତ ପଶୁଙ୍କୁ ଗୁହାଳ ଭିତରେ ସୁରକ୍ଷିତ ରଖିବା ସହ ରାତିରେ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଗତକାଲି ରାତିରେ ଜଙ୍ଗଲକୁ ବାଘ ଆସିଥିବା ବେଳେ କ୍ୟାମେରାରେ କଏଦ ହୋଇଛି ଫଟୋ । ଅନ୍ୟ ଜଙ୍ଗଲରୁ ବାଘ ଏଠାକୁ ପଳାଇ ଆସିଥିବା ବନବିଭାଗ କହିଛନ୍ତି ।

Related posts

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି

mahabharatanews

ଆର୍ଡମିଟ କାର୍ଡ ନମିଳିବାରୁ ପରୀକ୍ଷା ଦେଇପାରିଲେ ନାହିଁ ଛାତ୍ର ଛାତ୍ରୀ

mahabharatanews

 ସେପ୍ଟେମ୍ବର ପହିଲାରୁ ରାଉରକେଲା-କୋଲକାତାକୁ ଉଡ଼ିବ ବିମାନ 

mahabharatanews