ଓଡିଶାଦୁର୍ଘଟଣାଭାରତ

ସାତକୋଶିଆ ରେଞ୍ଜ ଅଞ୍ଚଳ ରେ ୫ ଗୋରୁ କୁ ମାରିଲା ବାଘ

କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ବାଘ ଆକ୍ରମଣ କରି ୫ ଟି ଗୋରୁ କୁ ମାରିଥିବା ର ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଭାଲିଆ ଡାଳ ଗ୍ରାମ କିସୁନ ସାହିର କିଛି ବ୍ୟକ୍ତିଙ୍କ ଗୋରୁ ଗୁଡିକ ୬ ଦିନ ପୂର୍ବରୁ ସବୁଦିନ ଭଳି ଗ୍ରାମ ନିକଟ ଜଙ୍ଗଲ ଭିତରକୁ ଚରିବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟାରେ ଗୋରୁ ଗୁଡିକ ନିଜ ନିଜ ଘରକୁ ନ ଫେରିବାରୁ ଗୋରୁ ମାଲିକ ମାନେ ହଜିଥିବା ଗୋରୁ କୁ ଖୋଜି ପାଇ ନଥିଲେ। କିନ୍ତୁ ମଙ୍ଗଳବାର ଦିନ ଜଙ୍ଗଲ କୁ ଯାଇଥିବା ଲୋକ ମାନେ ଭାଲିଆଡାଳ ସଂରକ୍ଷିତ ଜଙ୍ଗଲ ର କମ୍ପାର୍ମେଣ୍ଟ ନମ୍ବର ୧୪ ରେ ୪ ଟି ଗୋରୁ ମରି ପଡିଥିବାର ଦେଖିଥିଲେ। ସେଥି ମଧ୍ୟରୁ ଗୋଟିଏ ଗୋରୁ ର ୭୦ ଭାଗ ଅଂଶ ବାଘ ଖାଇ ଦେଇଥିବା ର ଦେଖାଯାଇଥିଲା । ସେହିପରି ବୁଧବାର ଦିନ ଆଉ ଗୋଟିଏ ଗୋରୁ ର କ୍ଷତାକ୍ତ ଅବସ୍ଥାରେ ମୃତ ଦେହ ମିଳିଥିଲା । ଖବର ପାଇ ସାତକୋଶିଆ ରେଞ୍ଜ ର କର୍ମଚାରୀ ବିଶ୍ବଜିତମାହାନ୍ତ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବାଘ ଆକ୍ରମଣ ରେ ସେହି ଗ୍ରାମର କଣ୍ଡେରାମଜଙ୍କ ୨ ଟି ଗାଈ,କୃପା ହେମ୍ବ୍ରମ ଙ୍କ ଗୋଟିଏ ବଳଦ,ଏବଂ ଖଜୁରୀ ପୁର୍ତ୍ତୀ ଙ୍କ ଗୋଟିଏ ଗାଈ ଓ ଗୋଟିଏ ବଳଦ ଥିବାର ଜଣା ପଡିଥିଲା। ମୃତ ଗୋରୁ ଗୁଡିକ ବନ କର୍ମଚାରୀ ଙ୍କ ଉପସ୍ଥିତ ରେ ଠାକୁରାମଣ୍ଡା ବନ୍ୟପ୍ରାଣୀ ଡ଼ାକ୍ତରମନୋରଞ୍ଜନ ମହାପାତ୍ର ଙ୍କ ଦ୍ଵାରା ବ୍ୟବଚ୍ଛେଦ କରା ଯାଇଥିଲା।ପ୍ରାଥମିକ ତଦନ୍ତରୁ ଏହା କଲରାପତରିଆ ବାଘ ହୋଈ ଥାଈ ପାରେ ବୋଲି ସାତକୋଶିଆ ରେଞ୍ଜ ଅଧିକାରୀ ରବୀନ୍ଦ୍ର ନାଥ ମାହାନ୍ତ କହିଛନ୍ତି।

Related posts

ରେଳ ନିଯୁକ୍ତି ଦୁର୍ନୀତି ମାମଲା, ଲାଲୁ ଯାଦବଙ୍କ ପୂର୍ବତନ ଓଏସଡି ଗିରଫ

mahabharatanews

୫ ଦିନ ପ୍ରବଳ ବର୍ଷା ସମ୍ଭାବନା,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

mahabharatanews