ଓଡିଶା

ସାବଧାନ ବୁଲୁଛନ୍ତି ୨ଟି ଚିତା

(ନୂଆପଡା)  : ସାବଧାନ ବୁଲୁଛନ୍ତି ୨ଟି ଚିତାବାଘ ।  ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ମହକୁମା ଅଞ୍ଚଳର ବିଜାଖମନ ଜଙ୍ଗଲରେ ଦୁଇଟି ଚିତାବାଘ ବୁଲୁଥିବା ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।  ଅନ୍ୟପକ୍ଷରେ ଗତକାଲି ବିରୁନପଦର ଗାଁର ଜଣେ ବ୍ୟକ୍ତିଙ୍କ ୨ଟି ମେଣ୍ଢାକୁ ମାରି ଖାଇଥିବା ବେଳେ ବାଘ ଆକ୍ରମଣରେ ଆଉ ୨ ମେଣ୍ଢା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ , ବନ ବିଭାଗ କର୍ତ୍ତୃପକ୍ଷ ସବୁଜାଣି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ତେବେ ଜିଲ୍ଲା ପ୍ରଶାସନ ତଥା ବନ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅଞ୍ଚଳବାସୀ କିଭଳି ସୁରକ୍ଷିତ ରହିବେ ସେଥିପ୍ରତି ପଦକ୍ଷେପ ନେବାକୁ ଦାବି ହେଉଛି।

Related posts

ଏଣିକି ଆଗୁଆ ସ୍ୱର୍ଗଦ୍ୱାରରେ ବୁକିଂ କରିପାରିବେ ସ୍ଥାନ

mahabharatanews

ଏଣିକି ଆଧୁନିକ ପୋଷାକରେ ଶ୍ରୀମନ୍ଦିର ମନା !

mahabharatanews

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ

mahabharatanews