ଓଡିଶା

ନକ୍ସଲଙ୍କ ଯୋଜନା ପଣ୍ଡ;  ଲ୍ୟାଣ୍ଡମାଇନ ଜବତ

(ଓଡିଶା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା  । ବିଶେଷକରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା। ଗତକାଲି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲଙ୍କ ବଡଧରଣ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଛି । ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ବରୁ  ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ୍‌ ଯବାନମାନେ।

ସୂଚନାନୁଯାୟୀ ,  ସ୍ଥାନୀୟ ପୁଲିସ ଓ ଡିଭିଏଫ୍‌ ଯବାନ ମିଳିତ ସର୍ଚ୍ଚ ଅପରେସନ୍‌ବେଳେ ଲ୍ୟାଣ୍ଡମାଇନ୍‌କୁ ଠାବ କରିଥିଲେ। ବୋମା ନିଷ୍କ୍ରିୟ ଟିମ୍‌ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି। ସିଆର୍‌ଏଫ୍‌ ଓ ଆର୍‌ପିଏଫ୍‌ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି।

Related posts

ଧାମନଗର ବିକାଶ ମଙ୍ଗ ଧରିଲେ ନବୀନ

mahabharatanews

 ଆଗାମୀ ୫ଦିନ ଝଡ଼ବର୍ଷା ସମ୍ଭାବନା,ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

mahabharatanews