ଓଡିଶା

ଶିମିଳିପାଳରେ ୩୨ରେ ପହଞ୍ଚିଛି ବାଘ ସଂଖ୍ୟା

ଚଳିତ ବର୍ଷ ବୃଦ୍ଧି ପାଇଛି ବାଘ ସଂଖ୍ୟା । ଗତବର୍ଷ ଶିମିଳିପାଳରେ ୨୭ଟି ବାଘ ଥିବା ବେଳେ ଚଳିତ ବର୍ଷ ଏହା ୩୨ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ କେବଳ ଶିମିଳିପାଳରେ ବାଘ ଥିବା ବେଳେ ସାତକୋଶିଆ ବାଘ ଶୂନ୍ୟ ହୋଇଯାଇଛି । ପ୍ରତି ୪ ବର୍ଷରେ ଥରେ ସର୍ବଭାରତୀୟ ସ୍ତରରେ ବାଘ ଗଣନା ହୋଇଥାଏ । ଏହାପୂର୍ବରୁ ୨୦୨୨ ମସିହାରେ ବାଘ ଗଣତି ହୋଇଥିଲା । ଓଡ଼ିଶାରେ ଯେଉଁ ନିଜସ୍ୱ ବାଘ ଗଣନା କରାଯାଉଛି ସେହି ତଥ୍ୟ ଅନୁଯାୟୀ ୨୦୨୨ ମସିହାରେ ରାଜ୍ୟରେ ୨୦ଟି ବାଘ ନଜରକୁ ଆସିଥିଲେ । ୨୦୨୩ରେ ୨୭ଟି ବାଘ ସମେତ ୯ଟି ଶାବକଙ୍କୁ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ବାଘଙ୍କ ସଂଖ୍ୟା ରହିଛି ୩୨ ରହିଛି ଓ ୯ଟି ଶାବକ ରହିଛନ୍ତି ।

File:Black tiger in Similipal Forest.jpg - Wikimedia Commons

ଓଡ଼ିଶାରେ କେବଳ ଶିମିଳିପାଳରେ ବାଘ ଅଛନ୍ତି । ସାତକୋଶିଆରେ ବାଘ ବହୁ ପୂର୍ବରୁ ଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସାତକୋଶିଆରେ କୌଣସି ବାଘ ନାହାନ୍ତି । ଶିମିଳିପାଳରେ ବାଘ ଉପରେ ନଜର ରଖିବା ପାଇଁ କ୍ୟାମେରା ଲଗାଯାଇଛି । ଯାହା ୬୦ ଦିନ ଧରି କାର୍ଯ୍ୟକରିବ । କ୍ୟାମେରାରେ ଫଟୋ ଦେଖି ବାଘ ଚିହ୍ନଟ କରାଯାଇଥାଏ । ଏହା ସହିତ ବାଘର ପାଦଚିହ୍ନକୁ ଚିହ୍ନଟ କରାଯାଇ ଗଣନା କରାଯାଇଥାଏ । ରାଜ୍ୟରେ ବର୍ତ୍ତମାନ 50 ପ୍ରତିଶତ ସାଧାରଣ ବାଘ ରହିଥିବା ବେଳେ ୫୦ ପ୍ରତିଶତ ମେଲାନଷ୍ଟିକ ବାଘ ରହିଛନ୍ତି ।

Vajon léteznek (még) fekete tigrisek? - TUDOMÁNYPLÁZA - Élővilág

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ରାଜ୍ୟରେ ୩୦ଟି ମହାବଳ ବାଘ ରହିଥିଲେ । ସେଥିରୁ ୧୪ ଟି ବାଘୁଣୀ ଥିଲେ । ୮ଟି ଶାବକ ମଧ୍ୟ ଚିହ୍ନଟ କରାଯାଇଥିଲା ।ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ଟି ଶାବକ ଚିହ୍ନଟ କରାଯାଇଥିଲା । ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଏବଂ ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ରହିଥିଲେ । ଏହାସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ କଳା ବାଘ ୪୦ ପ୍ରତିଶତ ରହିଥିଲେ । ଶିମିଳିପାଳ ଡିଭିଜନରେ ୭ଟି କଳା ବାଘୁଣୀ ଓ ୬ଟି ବାଘ ଦେଖାଯାଇଥିଲା ।

Rare black tigers spotted in Odisha's Simlipal forest | Arunachal Observer

Related posts

ରାଜ୍ୟରେ ପୁଣି ୧୧ କୋରୋନା ପଜିଟିଭ ଚିହ୍ନଟ

mahabharatanews

ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

mahabharatanews

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews