ଓଡିଶା

ସାବଧାନ ବୁଲୁଛି ମହାବଳ !

(ରାୟଗଡା) : ରାୟଗଡାରେ ବାଘ ଆତଙ୍କ । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ପରେ ବାଘ ଥିବା ଜଣାପଡିଛି । ଗତକାଲି ସନ୍ଧ୍ୟାରେ ବାଘଟି ଗଜପତି ଜିଲ୍ଲା ସୀମାନ୍ତ ଅତିକ୍ରମ କରି ରାୟଗଡା ସୀମାନେ ପ୍ରବେଶ କରିଥିବା ନେଇ ଆଶଙ୍କା କରାଯାଉଛି । ଯେଉଁଥି ପାଇଁ ଗାଁ ଲୋକଙ୍କୁ ସତର୍କ ରହିବା ପାଇଁ ଏବଂ ଗୃହପାଳିତ ପଶୁଙ୍କୁ ଜଙ୍ଗଲ ଭିତରକୁ ନଛାଡିବା ପାଇଁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନାନୁଯାୟୀ , ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ପୂର୍ବରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଞ୍ଚଳରେ ମହାବଳଟି ବୁଲୁଥିବା ଏବଂ ଗୋରୁଗାଈ ଶିକାର କରୁଥିବା ଖବର ସାମ୍ନାକୁ ଆସିଥିଲା । ମହାବଳ ଉପରେ ବନ ବିଭାଗ ନଜର ରଖିଛି । ତେବେ ମହାବଳ ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ।

Related posts

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଆହତ

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିଛି; ୫୮୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା 

mahabharatanews