ଭାରତ

” ବିଜେପି ନିଜର ଲାଞ୍ଜ କାମୁଡୁଛି” :ମମତା ଦି  

(କୋଲକତା) : ରବିବାର (ମାର୍ଚ୍ଚ ୧୦) ରେ କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ‘ଜନ ଗର୍ଜନ୍ ସଭା’ ସହିତ ତୃଣମୂଳ କଂଗ୍ରେସ (ଟିଏମସି) ତାହାର ୨୦୨୪ ଲୋକସଭା ନିର୍ବାଚନଲାଗି ପ୍ରଚାର ଆରମ୍ଭ କରିଛି । ଆଉ ଏହି ସମୟରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରାଜ୍ୟର ସମସ୍ତ ୪୨ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଆଉ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଟିଏମସି କେବଳ ରାଜ୍ୟରେ ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ ।

ସୂଚନାନୁଯାୟୀ , ରାଲି ପୂର୍ବରୁ ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ସେ ଲୋକଙ୍କୁ ରାଲିରେ ଯୋଗଦେବାକୁ ଅନୁରୋଧ କରିଥିଲେ । ଭିଡିଓ ପୋଷ୍ଟ କରି ସେ ଲେଖିଥିଲେ , ବେଙ୍ଗଲର ଧର୍ଯ୍ୟ ଏବଂ ସୌଜନ୍ୟତା ଏହାର ଦୁର୍ବଳତା ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ । ମମତା ବାନାର୍ଜୀ କହିଛନ୍ତି ଯେ ବିଜେପି ଯେଉଁ ଶାଖା ଉପରେ ବସିଛି ତାହା କାଟୁଛି । ବିଜେପି ନିଜର ଲାଞ୍ଜ କାମୁଡ଼ୁଛି ।

Related posts

ଲିବିୟାରେ ପ୍ରଳୟଙ୍କାରୀ ବନ୍ୟା; ମର ଶରୀର ଫୋପାଡ଼ୁଛି ସମୁଦ୍ର

mahabharatanews

ଭାରତର ପ୍ରଧାନ ବିଚରାପତିଙ୍କ ଶେଷ କାର୍ଯ୍ୟ ଦିବସ

mahabharatanews

କର୍କଟ ରୋଗରେ ଚାଲିଗଲେ କମଲା ଭାସିନ

mahabharatanews