ଭାରତ

ଟିଏମସିରୁ ଲଢ଼ିବେ ରଚନା ବାନାର୍ଜୀ

(କୋଲକତା) : ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଟିଏମସି ଆଜି ନିଜ ପ୍ରାର୍ଥୀମାନଙ୍କ ତାଲିକା ଜାରି କରିଛି । ଏହି ଲିଷ୍ଟରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି ।  ସେହିପରି ଟିଏମସି ଏଥର ନୁସରତ ଜାହାଁକୁ ଟିକେଟ ଦେଇନାହିଁ । ତେବେ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏହି ତାଲିକା ଖୁସି ଆଣିଦେଇଛି । କାରଣ ବହୁ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ରଚନା ବାନାର୍ଜୀଙ୍କୁ ଟିଏମସି ହୁଗଳିରୁ ପ୍ରାର୍ଥୀ କରିଛି । ଆଜି ତାଙ୍କ ନାମ ଘୋଷଣା ହେବା ପରେ ସେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ କର୍ମୀମାନଙ୍କୁ ଭେଟିଥିଲେ ।

ସୂଚନାନୁଯାୟୀ , ଗୋଟାଏ ସମୟରେ ଓଲିଉଡ୍‌ରେ ଚହଳ ସୃଷ୍ଟି କରିଥିବା ନାୟିକା ହେଉଛନ୍ତି ରଚନା ବାନାର୍ଜୀ। ଯଦିଓ ସେ ନିଜ ମାତୃଭାଷା ବଙ୍ଗଳାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ମାତ୍ର ତାଙ୍କୁ ବିଶେଷ ସଫଳତା ଓଲିଉଡ୍‌ରୁ ହିଁ ମିଳିଛି।

Related posts

ଦିଲ୍ଲୀର ଗୋକୁଳପୁରୀରେ ଭୟାବହ ଅଗ୍ନିକାଣ୍ଡ, ୭ଜଣ ମୃତ

mahabharatanews

ସାତୋଟି ବିଦ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ

mahabharatanews

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews