ଭାରତ

ଦେଶରେ ଦେଶରେ ୬,୫୬୧ ଆକ୍ରାନ୍ତ ଚିହ୍ନଟ ଓ ୧୪୨ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା କମିଛି । ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି କିନ୍ତୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୪୨ ଜଣ କରୋନା ଜନିତ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୪୫,୧୬୦ ରେ ପହଞ୍ଚିଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୪,୩୮୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୪,୯୪୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସୁସ୍ଥତା ସଂଖ୍ୟା ୪,୨୩,୫୩,୬୨୦ରେ ପହଂଚିଛି । ଅନ୍ୟପଟେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୧୫୨୦। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ସୂଚନା ମିଳିଛି ।

Related posts

ଦିଲ୍ଲୀ ମଦ ନୀତି ମାମଲା :୧୯ ମାର୍ଚ୍ଚ ପର୍ଯ୍ୟନ୍ତ ବଢିଲା ଜେଲ୍ ଅବଧି

mahabharatanews

ଅଧୀରଙ୍କ ମନ୍ତବ୍ୟ ନେଇ ସଂସଦରେ ହଙ୍ଗାମା

mahabharatanews

୯ ବର୍ଷରେ ଭାରତ ୩୮୯ଟି ‌ବିଦେଶୀ ସାଟେଲାଇଟ୍‌ କରିଛି ଉତ୍‌କ୍ଷେପଣ 

mahabharatanews