ଭାରତ

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

 (ଦିଲ୍ଲୀ) :  ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏହା ସହ କିଛି ସ୍ଥାନରେ ଆଜି ହୋଲି ପର୍ବ ମଧ୍ୟ ପାଳନ କରାଯାଉଛି । ଯଦିଓ ଏହା ଏକ ଭୌଗୋଳିକ ଘଟଣା କିନ୍ତୁ ବୈଦିକ ଧର୍ମରେ ଚନ୍ଦ୍ରଗ୍ରହଣକୁ ଭଲ ବିବେଚନା କରାଯାଏ ନାହିଁ ଏବଂ ଯେଉଁଥି ପାଇଁ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଥାଏ । ହେଲେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାର ସୂତକ ଅବଧି ପାଳନ କରାଯିବ ନାହିଁ ଏବଂ ହୋଲି ଉପରେ ଏହାକ କୌଣସି ପ୍ରଭାବ ପଡିବ ନାହିଁ ।

ସୂଚନାନୁଯାୟୀ , ୧୦୦ ବର୍ଷ ପରେ ହୋଲିରେ ଚନ୍ଦ୍ର ଗ୍ରହଣ ଘଟିବା ପାଇଁ ଯାଉଛି । ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡିଥାଏ । ତେଣୁ ଏହି ଦିନ କିଛି ଖାସ ଜିନିଷ ଉପରେ ଧ୍ୟାନ ଦେବା ସହ କିଛି ନିୟମର ପାଳନ କରିବା ଉଚିତ୍ । ଚନ୍ଦ୍ରଗ୍ରହଣ ସମୟରେ କାହା ସହିତ ଝଗଡ଼ କରନ୍ତୁ ନାହିଁ । ରଙ୍ଗ ଖେଳିବାକୁ ବାହାରକୁ ଯାଆନ୍ତୁ ନାହିଁ, ବିଶେଷକରି ଗର୍ଭବତୀ ମହିଳାମାନେ ବାହାରକୁ ଯିବା ଅନୁଚିତ୍ ।

Related posts

ରାହୁଲଙ୍କୁ ରାଜକୁମାର କହିଲେ ମୋଦୀ

mahabharatanews

ଅଲବିଦା ୨୦୦୦ ଟଙ୍କିଆ ନୋଟ 

mahabharatanews

ବଣ୍ଡ୍‌ ମାମଲା: ୨୧ ସୁଦ୍ଧା ସବୁ ତଥ୍ୟ ଦେବାକୁ ନିର୍ଦେଶ 

mahabharatanews