ଆଜି ହେଉଛି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ସାରା ବିଶ୍ୱରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ଏହି ଦିବସ । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି । ତେବେ ପୂର୍ବରୁ ୧୯୮୧ ମସିହାକୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ ଭାବେ ପାଳନ କରାଯାଇଥିଲା । ଅନ୍ୟପଟେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ସହ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଆହୁରି ମଧ୍ୟ ଜନ୍ମଗତ ହେଉ କିମ୍ବା ଦୁର୍ଘଟଣା ଜନିତ ହେଉ ଦିବ୍ୟାଙ୍ଗମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ ସହ ସେମାନଙ୍କର ବିକାଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର ।

ଦିବ୍ୟାଙ୍ଗଙ୍କ ସୁରକ୍ଷା ପାଇଁ ସରକାର ଅନେକ ଗୁଡିଏ ଆଇନ ପ୍ରଣୟନ କରିଛନ୍ତି, ଯାହା ‘ଦ ରାଇଟ୍ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲିଟି ବିଲ୍’ ନାମରେ ନାମିତ । ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ବିଭିନ୍ନ ସାମାଜିକ ଅନୁଷ୍ଠାନ ଜରିଆରେ ଦିବ୍ୟାଙ୍ଗମାନେ ସହାୟକ ଉପକରଣ ପାଉଛନ୍ତି। କେବଳ ଭିନ୍ନକ୍ଷମ ଆନ୍ତର୍ଜାତିକ ଦିବସ ପାଳନ କରି କାମ ସାରିଦେଲେ ହେବ, ସେମାନଙ୍କୁ ସମାଜରେ ମୁଖ୍ୟସୋତ୍ରରେ ସାମିଲ କରିବାକୁ ସରକାର ଓ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବା ଆବଶ୍ୟକତା ରହିଛି ।
