ଭାରତ

ଇଣ୍ଡୋନେସିଆର ତିମୋର ଦ୍ବୀପରେ ଭୂକମ୍ପ

(ଦିଲ୍ଲୀ) :  ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ଅନୁଭୂତ ହେଲା ଭୂକମ୍ପ । ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାରୁ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ  ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ ।

ସୂଚନାନୁଯାୟୀ ,  ମୁଖ୍ୟ ଡେରିୟୋନୋ କହିଛନ୍ତି, ଭୂମିକମ୍ପଯୋଗୁଁ କ‌େତେକ କୋଠାବାଡ଼ି ସାମାନ୍ୟ ନଷ୍ଟ ହୋଇଛି। କିନ୍ତୁ, ସୁନାମି ଆସିବାର ଆଶଙ୍କା ନାହିଁ। ଘଟଣା ସମୟରେ ଉତ୍ତୋଳିତ ହୋଇଥିବା ଏବଂ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି। ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ର ମୁଖ୍ୟ ଡେରିୟୋନୋ କହିଛନ୍ତି, ସ୍ଥଳଭାଗରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବାରୁ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ।

Related posts

କରୋନା ଅପଡେଟ: ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ ମୃତ

mahabharatanews

ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ 

mahabharatanews

 ୧୪ ଦିନ ପରେ ଆଜି ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-୩ 

mahabharatanews