(ଭୁବନେଶ୍ୱର) : ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ହେଉଛି ଶେଷ ଦିନ । ଆଦି ମହାମହିମ ବାରିପଦାର ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାରର୍ତନ ଉତ୍ସବରେ ଯୋଗ ଦେବେ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ରାତି ରାଷ୍ଟ୍ରପତି ସର୍କିଟ ହାଉସରେ ରାତ୍ରୀଯାପନ କରିଥିଲେ । ମହାମହିମଙ୍କ ରାତ୍ରୀଭୋଜନରେ ସ୍ୱତନ୍ତ୍ର ନିରାନିଷ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସର ପ୍ରସ୍ତୁତ କୋରମା ରାଷ୍ଟ୍ରପତିଙ୍କୁ ପରଷାଜାଇଥିଲା ।
ସୂଚନାନୁଯାୟୀ , ଏହା ପରେ ଅପରାହ୍ନରେ କୋଲକତା ଦେଇ ନୂଆ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ପୂର୍ବାହ୍ନ ୧୧.୧୫ରୁ ମଧ୍ୟାହ୍ନ ୧୨.୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।