(ଦିଲ୍ଲୀ) : ମୌସୁମୀ ଛୁଇଁବା ପରଠାରୁ ତାଣ୍ଡବ ରଚିଛି ବର୍ଷା । ପ୍ରବଳ ବର୍ଷା ପାଇଁ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଜଳମୟ ହୋଇଯାଇଛି ପୁରା ରାଜଧାନୀ । ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ ସଡ଼କ ପାଲଟିଛି ସମୁଦ୍ର । ଗତକାଲି ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଯାହା ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ସେପଟେ ପ୍ରବଳ ବର୍ଷା ପାଇଁ ଆଜି ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ସୂଚନାନୁଯାୟୀ , ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ତ, ରାଜସ୍ଥାନ, ପଞ୍ଜାବ, ଜାମ୍ମୁ କାଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି ।
