ଭୁବନେଶ୍ୱର: ଖରାଛୁଟିରେ ଛାତ୍ର ଛାତ୍ରୀଙ୍କ ପାଠପଢାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ‘ହଲିଡେ ହୋମୱାର୍କ ପ୍ରୋଗ୍ରାମ’ ସମସ୍ତ ଜିଲ୍ଲାରେ ଜାରି ହୋଇଛି ଟୋଲ ଫ୍ରି ନମ୍ବର । ମେ ୧ ତାରିଖରୁ ହୋମୱାର୍କ କରାଇବା ପାଇଁ ଏସଓପି ପାଳନ କରିବା ସହ ଗାଇଡ ଲାଇନ୍ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କ ହୋମୱାର୍କ ସଂକ୍ରାନ୍ତ ପ୍ରଶ୍ନ ଗୁଡିକର ସିଧା ସଳଖ ପ୍ରଶ୍ନର ଉତ୍ତର ନିମନ୍ତେ ସହାୟତା କେନ୍ଦ୍ର ଖୋଲାଯାଇଛି । ବିଭିନ୍ନ ଜିଲ୍ଲା ପାଇଁ ଅଲଗା ଅଲଗା ଟୋଲ ଫି ନମ୍ବର ଜାରି ହୋଇଛି । ଆଜି ସ୍କୁଲ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ , ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତାକେନ୍ଦ୍ର ଖୋଲାଯାଇ ଦୈନିକ ୪ଜଶ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ।