ଓଡିଶା

ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ। ଏହା ପୂର୍ବରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ୪ ଦିନରେ ଜଳସ୍ତର ପ୍ରାୟ ୧୦ ଫୁଟ ବୃଦ୍ଧି ପାଇଥିବା ବେଳେ ଗତ ୧୫ ଘଣ୍ଟା ମଧ୍ୟରେ ଏଥିରେ ଅଢେଇ ଫୁଟ ବୃଦ୍ଧି ଘଟିଛି। ଛତିଶଗଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି। ଶନିବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨ଲକ୍ଷ ୩୧ ହଜାର ୬୯୩ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଜଳସ୍ତର ୬୧୧ ଫୁଟରେ ପହଁଚିଛି। ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଓ ଶିଳ୍ପ ଜଳଯୋଗାଣ ମିଶି ୩୫ ହଜାର ୪୫୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ଜଳଭଣ୍ଡାରର ଗେଟ ଖୋଲାଯିବାକୁ ଯାଉଥିବା ବେଳେ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୋଲିବା ପରେ ତଳ ମୁଣ୍ଡକୁ ପାଣି ପ୍ରବାହିତ ହେବ।

Related posts

୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

mahabharatanews

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews

୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ 

mahabharatanews