ଓଡିଶା

ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ। ଏହା ପୂର୍ବରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ୪ ଦିନରେ ଜଳସ୍ତର ପ୍ରାୟ ୧୦ ଫୁଟ ବୃଦ୍ଧି ପାଇଥିବା ବେଳେ ଗତ ୧୫ ଘଣ୍ଟା ମଧ୍ୟରେ ଏଥିରେ ଅଢେଇ ଫୁଟ ବୃଦ୍ଧି ଘଟିଛି। ଛତିଶଗଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି। ଶନିବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨ଲକ୍ଷ ୩୧ ହଜାର ୬୯୩ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଜଳସ୍ତର ୬୧୧ ଫୁଟରେ ପହଁଚିଛି। ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଓ ଶିଳ୍ପ ଜଳଯୋଗାଣ ମିଶି ୩୫ ହଜାର ୪୫୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ଜଳଭଣ୍ଡାରର ଗେଟ ଖୋଲାଯିବାକୁ ଯାଉଥିବା ବେଳେ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୋଲିବା ପରେ ତଳ ମୁଣ୍ଡକୁ ପାଣି ପ୍ରବାହିତ ହେବ।

Related posts

ପୋଲିସ କବ୍ଜାରେ ଶିକାରୀ; ୧୬୫ଟି ବନ୍ଧୁକ ଜବତ

mahabharatanews

ଆଗାମୀ ୫ ଦିନ ବର୍ଷା ସମ୍ଭାବନା ;  ଓ୍ଵାର୍ଣ୍ଣିଂ ଜାରି 

mahabharatanews

ମିଳୁନି ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ,ଶୋଷିତ ହେଉଛନ୍ତି ଆଦିବାସୀ

mahabharatanews