ଭାରତ

ଟପ୍ପର ଭାଇ-ଭଉଣୀ

(ରିପୋଟର୍ସ ଟୁଡେ): ଟପ୍ପର ଭାଇ-ଭଉଣୀ । ସିଏ ଫାଇନାଲ ପରୀକ୍ଷାରେ ଉଭୟ ସଫଳତା ହାସଲ କରିଛନ୍ତି । ଭଉଣୀ ସାରା ଦେଶରେ ୧ ନମ୍ବର ସ୍ଥାନରେ ଥିବା ବେଳେ ଭାଇ ୧୮ତମ ରାଙ୍କ ହାସଲ କରିଛନ୍ତି । ଏନେଇ ଭାଇ-ଭଉଣୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଭାଇ-ଭଉଣୀ ଦୁଇଜଣ ହେଉଛନ୍ତି ମଧ୍ୟପ୍ରଦେଶର ନନ୍ଦିନୀ ଅଗ୍ରୱାଲ ଓ ତାଙ୍କ ଭାଇ ସଚିନ ଅଗ୍ରୱାଲ । ଦୁଇ ଜଣ ଏକା ସାଙ୍ଗରେ ସିଏ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଉଭୟ ପ୍ରୟାସରେ ହିଁ ଏହି ସଫଳତା ହାସଲ କରିଛନ୍ତି । ଉଭୟ କହିଛନ୍ତି ଯେ ସିଏ ପରୀକ୍ଷାର ପ୍ରସ୍ତୁତି ପାଇଁ ତାଙ୍କ ପରିବାର ପକ୍ଷରୁ ମଧ୍ୟ ସହଯୋଗ ମିଳୁଥିଲା । ଏନେଇ ତାଙ୍କ ସଫଳତା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ପ୍ରଶଂସା କରିଛନ୍ତି ।

Related posts

ଆଦିତ୍ୟ-ଏଲ୍‌୧; ପୁଣି ଇତିହାସ ରଚିବ ଭାରତ !

mahabharatanews

କର୍କଟ ରୋଗରେ ଚାଲିଗଲେ କମଲା ଭାସିନ

mahabharatanews

୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ମିଳିବ ଇଣ୍ଟନସିପ୍ ସୁବିଧା

mahabharatanews