ଭାରତ

କର୍କଟ ରୋଗରେ ଚାଲିଗଲେ କମଲା ଭାସିନ

(ରିପୋଟର୍ସ ଟୁଡେ) ; ଆରପାରିରେ ଜଣାଶୁଣା ସମାଜସେବି କମଲା ଭାସନି । ସବୁବେଳେ ମହିଳାଙ୍କ ଉର୍ନ୍ନତି ଏବଂ ମହିଳାଙ୍କ ପାଇଁ ଆବାଜ ଉଠାଉଥିବା ସମାଜ ସେବୀ ତଥା କବି କମଲା ଭାସିନଙ୍କ ଆଜି ଦେହାନ୍ତ ହୋଇଛି । ସେ କର୍କକଟ ରୋଗରେ ପୀଡିତ ଥିଲେ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସାମାଜିକ କର୍ମୀ କବିତା ଶ୍ରୀବାସ୍ତବ ସୂଚନା ଦେଇଥିଲେ ।ସେ ଟ୍ୱିଟରରେ ଲେଖିଛନ୍ତି ଯେ ଆମର ପ୍ରିୟ ବନ୍ଧୁ କମଲା ଭାସିନଙ୍କ ହେହାନ୍ତ ହୋଇଛି । ଭାରତ ଏବଂ ଦକ୍ଷିଣ ଏସୀୟ ଅଞ୍ଚଳରେ ମହିଳା ଆନ୍ଦୋଳନ ପାଇଁ ଏହା ଏକ ବଡ ଦୁଃଖଦ ଖବର । ଏହାସହ ସେ କହିଛନ୍ତି କମଲା ତୁମେ ସବୁବେଳେ ଆମ ହୃଦୟରେ ଜୀବନ୍ତ ରହିବ । ଏବଂ ଅଭିନେତ୍ରୀ ତଥା ସମାଜସେବୀ ଶବାନା ଆଜମୀ ମଧ୍ୟ କମଲା ଭାସିନଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, କମଲା ଭାସିନ୍ ତାଙ୍କର ଶେଷ ସଂଗ୍ରାମରେ ହାରିଯାଇଛନ୍ତି ।

Related posts

ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

mahabharatanews

“ମୋର ଔଷଧ ୧୫ ଦିନ ବନ୍ଦ କରିଦେଇଥିଲେ “: କେଜ୍ରିୱାଲ

mahabharatanews

ସିକ୍କିମ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ 

mahabharatanews